Categories: ଖେଳ

ଅଗ୍ରଓ୍ବାଲଙ୍କ ୩ୟ ଶତକ

ଇନ୍ଦୋର,୧୫।୧୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଶତକ ଅର୍ଜନ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ତୃତୀୟ ଶତକ। ତାଙ୍କର ଏହି ଅପରାଜିତ ଇନିଂସରେ ୧୫ ଚୌକା ଓ ଗୋଟିଏ ଛକା ସାମିଲ ରହିଛି। ଦ୍ୱିତୀୟ ଦିନ ଲଞ୍ଚ ବ୍ରେକ ପରେ ୫୩.୩ ଓଭରରେ ଇବାଦତ ହୋସେନଙ୍କ ବଲକୁ ସ୍କୋୟାର ଲେଗ୍‌ ଅଞ୍ଚଳକୁ ଖେଳି ଦୁଇ ରନ୍‌ ନେଇ ସେ ଶତକ ପୂରଣ କରିଥିଲେ। ଆଜିର ଦିନରେ ୫୦ ବର୍ଷ ତଳେ ଏଠାରେ କିମ୍ବଦନ୍ତୀ ଜି.ଆର. ବିଶ୍ୱନାଥ ପଦାର୍ପଣ ମ୍ୟାଚ୍‌ରେ ଶତକ କରିଥିଲେ। ସେ ମଧ୍ୟ ଅଗ୍ରଓ୍ବାଲଙ୍କ ଭଳି କର୍ନାଟକ ଦଳର ଖେଳାଳି ଥିଲେ।

Share