ଅଘୋଷିତ ବିଦ୍ୟୁତକାଟ: ପ୍ରତିବାଦରେ ସେସୁ କାର୍ଯ୍ୟାଳୟ ଘେରାଉ

ବଇଣ୍ଡା,୩୧।୭(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ବିଦ୍ୟୁତ୍‌ ସବୁଷ୍ଟେଶନ ଅଧୀନରେ ଥିବା ଧଉରାପାଲି, ଜଏରାଟ, ସଞ୍ଜାମୁରା, ହିମିତିରା, ଆମ୍ବପାଳ, ଅଙ୍ଗପଡ଼ା, ଉରୁକୁଳା, ଧଉରପାଳ ଆଦି ପଞ୍ଚାୟତରେ ଅଘୋଷିତ ବିଦ୍ୟୁତକାଟ ହେଉଛି। ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଅଞ୍ଚଳବାସୀ ବହୁବାର ବିଦ୍ୟୁତ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା। ଏହାର ପ୍ରତିବାଦରେ ବୁଧବାର କିଶୋରନଗର ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ଧଉରାପାଲିଠାରେ ଥିବା ସେସୁ ବିଭାଗର ବିଦ୍ୟୁତ୍‌ ସବ ଷ୍ଟେଶନକୁ ଘେରାଉ କରାଯାଇଥିଲା। ଧଉରାପାଲି ଗ୍ରାମରୁ ଏକ ଶୋଭାଯାତ୍ରାରେ ଏସୟୁସିଆଇର ସଦସ୍ୟମାନେ ବାହାରି ସବଷ୍ଟେଶନ ପରିସରକୁ ଆସି ଘେରାଉ କରିଥିଲେ। ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। କମ୍ୟୁନିଷ୍ଟର ତୀର୍ଥବାସୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ସରପଞ୍ଚ ରମଣୀରଞ୍ଜନ ପ୍ରଧାନ, ଜୀବନଜୀବିକା ଓ ଜମି ସୁରକ୍ଷା କମିଟି ସଭାପତି ଦିନବନ୍ଧୁ ପ୍ରଧାନ, ଲକ୍ଷ୍ମଣ ବେହେରା, ପିତାମ୍ବର ପ୍ରଧାନ, ରବିନ୍ଦ୍ର ସାହୁ, ବିଜୟ ରଥ, ଚେରୁ ପ୍ରଧାନ, ସରୋଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ।
ଏସୟୁସିଆଇ ପକ୍ଷରୁ କୁହାଯାଇଛି, ଏହି ଅଞ୍ଚଳରେ କୌଣସି କାମ ନ ଥାଇ ବାରମ୍ବାର ବିଦ୍ୟୁତକାଟ କରାଯାଉଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁ ସା ସମୟରେ ଲୋ ଭୋଲଟେଜ ସମସ୍ୟା ଦେଖାଦେଉଛି। ଏଥିଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବ୍ୟାହତ ସୃଷ୍ଟି ହେଉଛି। ସେହିପରି ଏନ୍‌ଜେନ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ ଲୋକଙ୍କୁ ଠିକ ଭାବେ ସେବା ମିଳିପାରୁ ନାହିଁି। ସାମାନ୍ୟ ବର୍ଷା ହେଲେ ବିଦ୍ୟୁତ ବିଚ୍ଛିନ୍ନ କରି ଦିଆଯାଉଛି। ତୁରନ୍ତ ବିଦ୍ୟୁତ୍‌ କାଟ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏ ନେଇ ଏକ ୪ ଦଫା ସମ୍ବଳିତ ଦାବିପତ୍ର ବାମୁର କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କ ଜରିଆରେ ସେସୁ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ କିଶୋରନଗର ଆଇଆଇସି ପ୍ରତିଭା ମାଝିଙ୍କ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ଏ ନେଇ କନିଷ୍ଠ ଯନ୍ତ୍ରୀ ବେହେରା କହିଛନ୍ତି, ରାତିରେ ବିଦ୍ୟୁତ ତାରେ କିଛି ଅସୁବିଧା ହେଲେ କର୍ମଚାରୀ ନ ଥିବା ଯୋଗୁ କାମ କରି ହେଉ ନାହିଁ। ସେଥିପାଇଁ ବିଦ୍ୟୁତ ବିଭ୍ରାଟ ଲାଗିଛି। ତୁରନ୍ତ ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିର ତତ୍କାଳୀନ ଜିଲାପାଳଙ୍କ PA ଆତ୍ମହତ୍ୟା ମାମଲା: ଆଗୁଆ ଜାମିନ ଆବେଦନ ଖାରଜ

କଟକ,୨୫ା୪(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ୍‌): ମାଲକାନଗିରିର ତତ୍କାଳୀନ ଜିଲାପାଳ ମନିଷ ଅଗ୍ରୱାଲଙ୍କ ଅଡୁଆ ବଢ଼ିଛି। ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ...

ଖରା, ଗୁଳୁଗୁଳି ପରେ କାଳବୈଶାଖୀ ଭୟ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୫ା୪(ଅନୁରାଧା ମହାରଣା)- ଆସନ୍ତା ୨ଦିନ ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମାତ୍ର...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାର ଜଣେ ମହିଳା ଶ୍ରମିକ ଇଟା ତିଆରି କରିବାକୁ ହାଇଦ୍ରାବାଦ ଯାଇ ସେଠାରେ ମୃତ୍ୟୁବରଣ କରିବା ପରେ ମୃତଦେହ ଘରକୁ...

ଆରଏମସିରେ ପଡିଛି ୨୦୨ କୋଟି, ବିକାଶ ହେଉନି ମଣ୍ଡି ଭିତ୍ତିଭୂମି ଗଛମୂଳେ ଧାନ ବିକ୍ରି କରୁଛନ୍ତି ଚାଷୀ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ...

ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ

ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର...

ଖଲ୍ଲିକୋଟ ସହରରେ ମାତିଛନ୍ତି ଚୋର: ୧୫ ଦିନରେ ୭ ଘରୁ ନେଇଗଲେଣି ଲକ୍ଷାଧିକ ଟଙ୍କା, ସୁନାଗହଣା

ଖଲ୍ଲିକୋଟ,୨୫ା୪ (ପ୍ରଶାନ୍ତ କୁମାର ମିଶ୍ର):ଖଲ୍ଲିକୋଟ ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଘଟଣା। ପ୍ରତି ରାତିରେ ଏବେ ଚୋରି ହେଉଛି। ବୁଧବାର ରାତିରେ...

ବଣ ଛତୁଖାଇ ଗୋଟିଏ ଗାଁର ୫ ଗୁରୁତର

ମୋହନା,୨୫।୪(ମନ୍ମଥ ମିଶ୍ର ): ବଣ ଛତୁଖାଇ ଗୋଟିଏ ଗାଁର ୫ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ମୋହନା ଥାନା ବଡ଼ଖଣି ଗାଁରେ। ଦିନ ୧୨...

ଚମକାଇଲା ନୂଆ ତଥ୍ୟ, ଯୁଦ୍ଧ କଲେ ପାକିସ୍ତାନର ହାରିବା ଥୟ

ନୂଆଦିଲ୍ଲୀ,୨୫।୪:ପହଲଗାମ ଆତଙ୍କବାଦୀ ଆକ୍ରମଣ, ଇଣ୍ଡସ ଜଳ ଚୁକ୍ତିର ସ୍ଥଗିତ ରଖାଯିବା ଏବଂ ଭାରତ ସହ ବୃଦ୍ଧି ପାଉଥିବା ଉତ୍ତେଜନା ସହ ଆଇଏମଏଫ (IMF) ଦ୍ୱାରା ପାକିସ୍ତାନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image