Categories: ଜାତୀୟ

ଅଙ୍କିତ ଶର୍ମା ହତ୍ୟା ମାମଲା: ୭ ଦିନ ପାଇଁ ପୋଲିସ ହାଜତକୁ ଗଲେ ତାହିର

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ଦଙ୍ଗା ବେଳେ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ଅଭିଯୋଗରେ ଆମ ଆଦମୀ ପାର୍ଟି(ଏଏପି)ରୁ ନିଲମ୍ବିତ ହୋଇଥିବା କାଉନ୍‌ସିଲର ତାହିର ହୁସେନଙ୍କୁ ଶୁକ୍ରବାର ୭ ଦିନ ପାଇଁ ପୋଲିସ ହାଜତକୁ ପଠାଇ ଦିଆଯାଇଛି। ଗୁରୁବାର ସେ ଗିରଫ ହୋଇଥିବା ବେଳେ ଆମତ୍ସମର୍ପଣ ପାଇଁ ଦିଲ୍ଲୀର ଏକ କୋର୍ଟରେ ପିଟିଶନ ଦାଏର କରି ଅଗ୍ରିମ ଜାମିନ ପାଇଁ ଆବେଦନ କରିଥିଲେ। କରକରଡୁମାସ୍ଥିତ ରାଉଜ୍‌ ଆଭିନ୍ୟୁ କୋର୍ଟରେ ତାଙ୍କ ପିଟିଶନ ଖାରଜ ହେବାର କିଛି ସମୟ ପୂର୍ବରୁ ବାଟରେ ତାଙ୍କୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ, ସିଏଏକୁ ନେଇ ଗତ ସପ୍ତାହରେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଘଟି ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେଇଥିଲା। ଦଙ୍ଗା ବେଳେ ନିଖୋଜ ହୋଇଯାଇଥିବା ଅଙ୍କିତଙ୍କ ମୃତଦେହ ଚାନ୍ଦବାଗର ଏକ ଡ୍ରେନ୍‌ରୁ ମିଳିଥିଲା। ଏଥିରେ ତାହିରଙ୍କ ହାତ ଥିବା ୨୬ ବର୍ଷୀୟ ଅଙ୍କିତଙ୍କ ପରିବାର ଲୋକେ ଏଫ୍‌ଆଇଆର୍‌ ଦେଇଥିଲେ।

Share