ଭଞ୍ଜନଗର,୧୯।୩(ଡି.ଏନ.ଏ) ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଭାଟପଡ଼ା ଗ୍ରାମର ବିପିନ ପ୍ରଧାନଙ୍କ ବ୍ରେନ୍ ଡେଡ୍ ଘୋଷିତ ହେବାପରେ ତାଙ୍କ ଶରୀରର ୬ଟି ଅଙ୍ଗକୁ ପରିବାର ଲୋକେ ସୁରଟରେ ଏକ ମେଡ଼ିକାଲକୁ ଗତ ୧୫ ତାରିଖରେ ଦାନ କରିଥିଲେ। ଏହିଭଳି ମହାନ ପଦକ୍ଷେପ ପାଇଁ ସୁରଟର ଏକ ଅନୁଷ୍ଠାନ ପକ୍ଷରୁ ବିପିନଙ୍କ ପରିବାରକୁ ଗତ ୧୬ ତାରିଖରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମୟରେ ପ୍ରବାସି ଓଡ଼ିଆ ସମାଜ ଟ୍ରଷ୍ଟର ପ୍ରମୁଖ ପ୍ରଦୀପ ସାହୁ, ଉପ ପ୍ରମୁଖ ବିମ୍ବାଧର ସମୁଦ୍ର, ସାମାଜିକକର୍ମୀ ମନୁ ମହାପାତ୍ର, ଟ୍ରଷ୍ଟି ରୁନା ଭାଇ, ଜୟରାମ ଭାଇ, କମଳ ଭାଇ, ସରକାରୀ ମଧ୍ୟସ୍ଥି ନିଲେଶ ଭାଇ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ସୁରଟାର ୨୭ ଘରୋଇ ଓଡ଼ିଆ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିବା ୧୨ ହଜାର ଛାତ୍ରୀଛାତ୍ରଙ୍କୁ ଚଳିତ ଆର୍ଥୀକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ପୁସ୍ତକ ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୪ ହଜାର ପୁସ୍ତକ ସୋମବାର ରାତିରେ ସୁରଟରେ ପହଁଞ୍ଚତ୍ଛି।