ଓ୍ବାଶିଂଟନ,୧୯।୧: ଅଙ୍ଗଦାନ ନେଇ ସଚେତନତା ସୃଷ୍ଟି ପାଇଁ ଆମେରିକାରେ ବାସ କରୁଥିବା ଜଣେ ଭାରତୀୟ ନିଜର ପ୍ରୟାସ ଅବ୍ୟାହତ ରଖିଛନ୍ତି। ଅନୀଲ ଶ୍ରୀବାସ୍ତବ ଏବଂ ତାଙ୍କ ସ୍ତ୍ରୀ ଦୀପାଳି ଇତିମଧ୍ୟରେ ୪ ଶହ ଦିନରେ ୪୩ ଦେଶ ଯାତ୍ରା କରି ୭୩ ହଜାର ଲୋକଙ୍କୁ ଭେଟି ଏନେଇ ସଚେତନତା ସୃଷ୍ଟି ଜାରି ରଖିଛନ୍ତି। ଏହି ସମୟ ମଧ୍ୟରେ ସେ ଏକ ଲକ୍ଷ କିମି ଯାତ୍ରା କରି ସାରିଛନ୍ତି। ପେଶାରେ ବ୍ୟବସାୟୀ ଥିବା ଅନୀଲ ୨୦୧୪ରେ ତାଙ୍କ ଭାଇଙ୍କୁ ନିଜର କିଡ୍ନୀ ଦାନ କରିସାରିଛନ୍ତି। ୧୯୯୭ରୁ ୨୦୦୬ ମଧ୍ୟରେ ଅନୀଲ ରେଡ଼ିଓ ଟକ୍ ଶୋ ମାଧ୍ୟମରେ ଲିମ୍ପ୍କା ବୁକ୍ ଅଫ୍ ରେକର୍ଡରେ ନିଜର ନାମ ସ୍ଥାନୀତ କରିଛନ୍ତି। ମାର୍ଚ୍ଚରେ ଅନୀଲ ଅଙ୍ଗଦାନ ସମ୍ପର୍କରେ ସଚେତନତା ପାଇଁ ନ୍ୟୁୟର୍କରୁ ଆର୍ଜେଣ୍ଟିନା ପର୍ଯ୍ୟନ୍ତ ଯାତ୍ରା କରିବେ ବୋଲି ଯୋଜନା କରିଛନ୍ତି।