ଅଙ୍ଗଦାନ ପାଇଁ ସୁଚିତ୍ରାଙ୍କ ପରିବାରବର୍ଗଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ଭୁବନେଶ୍ୱର ପୋଖରୀପୁଟର ସୁଚିତ୍ରା ଦାଶ(୫୬)ଙ୍କ ମୃତ୍ୟୁ ପରେ ତାଙ୍କ ଅଙ୍ଗଦାନ କରିଥିବା ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି। ସୁଚିତ୍ରାଙ୍କ ପରିବାରର ମହତ କାର୍ଯ୍ୟ ଯୋଗୁ ୨ଜଣ ନୂଆ ଜୀବନ ପାଇଛନ୍ତି। ଏଥିପାଇଁ ସୁରଜ ଯୋଜନା ଅନୁଯାୟୀ ସରକାରଙ୍କ ପକ୍ଷରୁ ସୁଚିତ୍ରାଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯିବ। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ବୁଧବାର ସୁଚିତ୍ରାଙ୍କ ମରଶରୀରରୁ ୨ କିଡ୍‌ନୀ କଢ଼ାଯାଇଥିଲା।
ତାହାକୁ ଆପୋଲୋ ଏବଂ ଆମ୍ରି ହସ୍ପିଟାଲରେ ୨ଜଣ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଥିଲା। ଏହି ସଫଳ କାଡ଼ାଭରିକ କିଡ୍‌ନୀ ପ୍ରତିରୋପଣ ପାଇଁ ମୁଖ୍ୟମନ୍ତ୍ରୀ ଡାକ୍ତର ଟିମ୍‌ ଓ ସୋଟୋ(ଷ୍ଟେଟ୍‌ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେଶନ)କୁ ଅଭିନନ୍ଦନ ଜଣାଇଛନ୍ତି।

Share