ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ

ସାକ୍ଷୀଗୋପାଳ,୧୧।୧୧(ଡି.ଏନ.ଏ): ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସୋମବାର ସତ୍ୟବାଦୀ ବ୍ଲକ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଯୋଜନା କିଭଳି କର୍ଯ୍ୟକାରୀ ହେଉଛି ସେ ନେଇ ଶିଶୁ, ଅଭିଭାବକ, ଯାଞ୍ଚ ଓ ମାତୃ କମିଟି ସଭ୍ୟାସଭ୍ୟଙ୍କ ସହ ସେ ଆଲୋଚନା କରିଛନ୍ତି। ଏହି ବ୍ଲକରେ ୧୬୫ ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟରୁ ୨୩ କେନ୍ଦ୍ରର ନିଜସ୍ବ ଗୃହ ରହିଛି। ଗ୍ରାମ କୋଠଘର, କ୍ଲବ, ଭଡ଼ାଘର ଓ ବିଦ୍ୟାଳୟରେ ଅବଶିଷ୍ଟ କେନ୍ଦ୍ର ଚାଲିଛି। ଭିତ୍ତିଭୂମିର ବିକାଶ ନେଇ ବିଡିଓ ସରୋଜ କୁମାର ଦତ୍ତ ଓ ସିଡିପିଓ ପ୍ରମିଳା ତ୍ରିପାଠୀଙ୍କ ସହ ସେ ଆଲୋଚନା କରିଛନ୍ତି। ଗୃହ ନିର୍ମାଣ ନିମନ୍ତେ ଏକ କମିଟି ଗଠନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରେ ମନ୍ତ୍ରୀ ବଳପୁର, ପଣ୍ଡାସାହି, ପାରକେଣା, ବାଗଲପୁର ଅଙ୍ଗନଓ୍ବାଡି କେନ୍ଦ୍ର ଓ ଦୁଇଟି ଛତୁଆ ପ୍ରସ୍ତୁତି କେନ୍ଦ୍ର ବୁଲି ଦେଖିଥିଲେ।

Share