ଅଙ୍ଗନଓ୍ବାଡି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ପଦ୍ମପୁର,୧।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ନାୟକାଣିଡିହି ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ଗ୍ରାସଡ଼ିହର ଅଙ୍ଗନଓ୍ବାଡି କର୍ମୀଙ୍କୁ ଉକ୍ତ ଗ୍ରାମର କିଛି ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିଥିବା ଶନିବାର ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ କର୍ମୀ ବୃନ୍ଦାବତୀ ମଳିକ ବିଦ୍ୟାଳୟ ବାରଣ୍ଡାରେ ପିଲାଙ୍କୁ ବସାଇ ପାଠ ପଢ଼ାଉଥିଲେ। ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ। ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରି ଉପସ୍ଥାନ ଖାତା ଛଡ଼ାଇ ନେଇଥିଲେ। ଏନେଇ ବୃନ୍ଦାବତୀ ଶନିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।