ଲୋଇସିଂହା,୬।୯(ଡି.ଏନ୍.ଏ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସିଡିପିଓ ଜ୍ୟୋତିର୍ମୟୀ ନାଏକ ଜନୈକ କର୍ମୀଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଶୁକ୍ରବାର ଅଙ୍ଗନଓ୍ବାଡି କର୍ମୀ ସଂଘ ପକ୍ଷରୁ ସିଡିପିଓ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସଂଘ ସଭାନେତ୍ରୀ ରୋହିନୀ ବିଶିଙ୍କ ନେତୃତ୍ୱରେ କର୍ମୀମାନେ ଏକାଠିହୋଇ ଦୃଢ ପ୍ରତିବାଦ କରିବା ସହ ସିଡିପିଓଙ୍କ ବଦଳି ଦାବି କରିଛନ୍ତି।