Categories: ଜାତୀୟ

ଅଙ୍ଗନଓ୍ବାଡି କେନ୍ଦ୍ର ମାଧ୍ୟମରେ ଅନ୍‌ଲାଇନରେ ହେବ ଶିକ୍ଷାଦାନ

ଥିରୁଭାନନ୍ତପୁରମ,୧୧।୬: କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ। ଏହି ସମୟରେ କେଳବ ଜରୁରୀ ସେବାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ସଂସ୍ଥାକୁ ବନ୍ଦ କରି ଦିଆଯାଇଥିଲା। ତେବେ ଚଳିତ ଶିକ୍ଷାବର୍ଷରେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିବା ଫଳରେ ଛାତ୍ରୀଛାତ୍ରମାନେ ପାଠପଢାରେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏବେ କେରଳ ସରକାର ଅନ୍‌ଲାଇନରେ ଶିକ୍ଷାଦାନ କରିବାକୁ ସ୍ଥିର କରିଛନ୍ତି। ଅନ୍‌ଲାଇନ ପାଠପଢା ପାଇଁ ଆବଶ୍ୟକ ସ୍ମାର୍ଟଫୋନ୍‌ ସମସ୍ତଙ୍କ ପାଖରେ ନ ଥିବାରୁ ସେଭଳି ପିଲାମାନଙ୍କ ପାଇଁ ସୁବିଧା କରାଯାଇଛି। କେରଳର ଆସିଷ୍ଟାଣ୍ଟ ଏଜୁକେଶନ ଅଫିସର କହିଛନ୍ତି ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ ନାହିଁ ସେମାନେ ଅଙ୍ଗନଓ୍ବାଡି କେନ୍ଦ୍ର ଓ ଲାଇବେରୀରେ ଏକାଠି ହୋଇ ଅନ୍‌ଲାଇନରେ ପାଠ ପଢିପାରିବେ। ଏଥିପାଇଁ ସେଠାରେ ସବୁ ସୁବିଧା ଯୋଗାଇ ଦିଆଯିବ। ସେମାନଙ୍କୁ ଆଉ ସ୍କୁଲ ଯିବାକୁ ପଡିବ ନାହିଁ।

Share