ତୁଣ୍ଡଲା, ୨୯।୭ (ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଗୌନ୍ତିଆପଡ଼ାରେ ଥିବାର ଅଙ୍ଗନଓ୍ବାଡି କେନ୍ଦ୍ର ଆଘେ ବିପଦ୍ ଅବସ୍ତାରେ ଗୁଟେ ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛେ। ଯେନ୍ଥିରଲାଗି ଅଙ୍ଗନଓ୍ବାଡିରେ ପାଠ୍ପଢ଼ୁଥିବାର ଛୋଟ ଛୋଟ ଛୁଆକର ଜୀବନ୍ ପରତି ବିପଦ ସୁରୁଷ୍ଟି କରୁଥିବାର ଗଁାବାସୀ ଅଭିଯୋଗ କରିଛନ୍। କେନ୍ଦ୍ରଠାନୁ ୧୦ ମିଟର ଦୂରେ ଖୁଲାରେ ଇ ଟ୍ରାନ୍ସଫର୍ମର ରହିଛେ। ସେନ୍ତା ଅଙ୍ଗନଓ୍ବାଡିର ଚାରହିକୁତି ବି ବାଡ଼ା ନଁାଇଁନ। ଯେନ୍ଥିରଲାଗି କେନ୍ଦ୍ରକେ ଆସୁଥିବାର ୩ରୁ ୬ ବରଷର ପିଲାକର ଜୀବନ୍ ଉପରେ ବିପଦ ରହିଥିବାର ଗଁାବାସୀ ଅଭିଯୋଗ କରିଛନ୍। ଇ ବାବ୍ଦେ ଥାନୀୟ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀକୁଁ ପଚରାଲାରୁ ଠାନ୍ଟା ଦେଖିକରି ମୁଇଁ ପଦକ୍ଷେପ ନେମି ବଲି ସେ କହିଥିଲେ। ହେଲେ ଇ ଟ୍ରାନ୍ସଫର୍ମରର ଚାରହିକୁତି ଯେତେ ଜଲଦି ହେବା ବାଡ଼ା ଦେବାକେ ଗଁାବାସୀ ଦାବି କରିଛନ୍।