Categories: ରାଜ୍ୟ

ଅଚଳ ହୋଇପଡ଼ିଛି ବର୍ଷାମାପକ ଓ ପାଗ ନିର୍ଣ୍ଣୟ ଯନ୍ତ୍ର

ଖଣ୍ଡପଡ଼ା,୧୯ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ପରିସରସ୍ଥ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ସ୍ଥାପିତ ବର୍ଷାମାପକ ଯନ୍ତ୍ର ଓ ପାଣିପାଗ ନିର୍ଣ୍ଣୟ ଯନ୍ତ୍ର ଦୀର୍ଘବର୍ଷ ଧରି ଅଚଳ ତଥା ପରିତ୍ୟକ୍ତ ଅବସ୍ଥାରେ ପଡିରହିଛିି ା ସୂଚନାଯୋଗ୍ୟ, ବର୍ଷାର ପରିମାଣ ମାପ ଅଞ୍ଚଳବାସୀଙ୍କୁ ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ଦେବା ପାଇଁ ବିଭାଗ ପକ୍ଷରୁ ଉକ୍ତ ସ୍ବୟଂଚାଳିତ ଯନ୍ତ୍ରଟି ୮ ବର୍ଷ ପୂର୍ବରୁ ସ୍ଥାପନ କରାଯାଇଛି ା ବିଶେଷତଃ ଚାଷୀମାନଙ୍କ ପାଇଁ ଏହାର ଆବଶ୍ୟକ ଥିବାବେଳେ ବର୍ତ୍ତମାନ କୌଣସି କାମରେ ଆସୁ ନ ଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ପଚାରିବାକୁ ଚାହିଁଥିବାବେଳେ ଖଣ୍ଡପଡ଼ାର ବର୍ତ୍ତମାନ ବିଡିଓଙ୍କ ସହ ଫୋନ୍‌ରେ ଯୋଗାଯୋଗ ହୋଇପାରି ନ ଥିଲା। ପୂର୍ବତନ ବିଡିଓ କୈଳାସ ଚନ୍ଦ୍ର ଶିଅଳ କହିଥିଲେ, ଏହି ବର୍ଷା ମାପକ ଓ ପାଣିପାଗ ଯନ୍ତ୍ର ପରିଚାଳନା ଦାୟିତ୍ୱରେ କିଏ ରହିଛନ୍ତି ସେ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ା ଚତୁଃପାର୍ଶ୍ୱରେ ତାରଜାଲିର ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଇଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ଅନାବନା ଗଛ ଉଠି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଯନ୍ତ୍ରଟି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ା ସୂଚନା ଫଳକ ଅନୁସାରେ, ମହାରାଷ୍ଟ୍ର ରାଜ୍ୟ ପୁନେ ସହରର ଶିବାଜୀ ନଗରସ୍ଥିତ ଭାରତୀୟ ପାଣିପାଗ ବିଭାଗ ଡେପୁଟି ଡାଇରେକ୍ଟର ଜେନେରାଲଙ୍କ ଠିକଣା ଉଲ୍ଲେଖ ରହିଛି। ତେବେ ପାଣିପାଗ ବିଭାଗ କିମ୍ବା ବ୍ଲକ କର୍ତ୍ତୃପକ୍ଷ ଏହାର ନିର୍ମାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Share