ଅଚଳ ହୋଇ ପଡିରହିଛି ପାନୀୟ ଜଳ ପ୍ରକଳ୍ପ

ମାଲକାନଗିରି, ୧୭।୫(ଡି.ଏନ୍‌.ଏ.) – ମାଲକାନଗିରି ଜିଲାରେ ଏବେ ପ୍ରଚଣ୍ଡ ଖରା। ଜିଲାରେ ଏବେ ୪୪ ଡିଗ୍ରୀ ତାପମାତ୍ରା ଥିବାବେଳେ ବିଭିନ୍ନ ଅଞ୍ଚଳରେ କୂଅ, ପୋଖରୀ ଶୁଖିବାରେ ଲାଗିଛି। ପାନୀୟ ଜଳ ପାଇଁ ଲୋକଙ୍କ ସମେତ ପଶୁପକ୍ଷୀ ମଧ୍ୟ ଡହଳ ବିକଳ ହେଉଛନ୍ତି। ଏପରି ସମୟରେ ଖଇରପୁଟ ବ୍ଲକ ଗୁମ୍ମା ପଞ୍ଚାୟତ ପୂଜାରୀଗୁଡ଼ାସ୍ଥିତ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଛି। ଫଳରେ ସ୍ଥାନୀୟ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।
ପ୍ରକାଶ ଯେ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏଠାରେ କିଛି ବର୍ଷ ପୂର୍ବରୁ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିଥିଲା। କିନ୍ତୁ ବ୍ୟହାରର କିଛିଦିନ ପରେ ଏହା ଅଚଳ ହୋଇ ପଡିଥିଲା। ଗ୍ରାମବାସୀ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଖଇରପୁଟ ଜିଲା ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ନଷ୍ଟ ହୋଇ ଯାଇଥିବା ପ୍ରକଳ୍ପକୁ ସୁଧାରିବା ପାଇଁ ସମସ୍ତ କାର୍ଯ୍ୟ ଶେଷ କରିଥିଲେ। ଏଥିପାଇଁ ଆବଶ୍ୟକ ବିଜୁଳି ଯୋଗାଇବାକୁ ସାଉଥ୍‌ କୋ ପକ୍ଷରୁ ତିନିମାସ ପୂର୍ବେ ଟ୍ରାନ୍ସଫର୍ମର ବସା ଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଟ୍ରାନ୍ସଫର୍ମର ବସିବା ଦିନ ହିଁ ବଜ୍ରପାତରେ ତାହା ପୋଡି ଯାଇଥିଲା। ଏ ନେଇ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଜିଲା ପାନୀୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ରାଉତଙ୍କୁ ଜଣାଇଥିଲେ। ଯନ୍ତ୍ରୀ ରାଉତ ଏ ନେଇ ଅବଗତ ହେବାପରେ ସାଉଥ୍‌ କୋ ନିର୍ବାହୀ ଯନ୍ତ୍ରୀଙ୍କୁ ଆଉ ଏକ ଟ୍ରାନ୍ସଫର୍ମର ବସାଇବା ପାଇଁ ଗତ ଏପ୍ରିଲ ୩୦ରେ ପତ୍ର ମାଧ୍ୟମରେ ଜଣାଇଥିଲେ। ଏ ନେଇ ସାଉଥ୍‌ କୋ ନିର୍ବାହୀ ଯନ୍ତ୍ରୀ ଭଗବାନ ପ୍ରଧାନ କହିଛନ୍ତି ଯେ, ପୁଜାରିଗୁଡା ଗ୍ରାମର ଟ୍ରାନ୍ସଫର୍ମର ପୋଡିବା ଘଟଣା ମୋ ଦୃଷ୍ଟିକୁ ଆସିଛି। ଦୁଇ ସପ୍ତାହ ମଧ୍ୟରେ ଏକ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରାଯିବ। ଟ୍ରାନ୍ସଫର୍ମର ସ୍ଥାପନ ପରେ ଗ୍ରାମ ବାସୀଙ୍କ ପାନୀୟଜଳ ସମସ୍ୟା ରହିବ ନାହିଁ। ସୂଚନାଯୋଗ୍ୟ ଯେ, କେବଳ ପୂଜାରିଗୁଡା ନୁହେଁ ଜିଲାର ତନମୁଣ୍ଡା, ଲଙ୍ଗଳଗୁଡା, ପତିଗୁଡା, ଏମ୍‌.ଭି.-୭୦, ଏମ୍‌.ଭି.-୩୦ ଏବଂ ପୋଟ୍ରେଲ ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ସ୍ଥାପିତ ହୋଇଥିବା ଟ୍ରାନ୍ସଫର୍ମର ଗୁଡିକ ମଧ୍ୟ ବଜ୍ରପାତରେ ପୋଡି ଯାଇଛି। ତୁରନ୍ତ ସେ ସବୁକୁ କାର୍ଯ୍ୟକ୍ଷମ କରା ନ ଗଲେ ଆଗାମୀ ଦିନରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିବ ବୋଲି ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ, ୬୬୦ କେଜି ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଟାଉନ ଥାନା ପୋଲିସ ପଞ୍ଝାରେ ଧରା ପଡ଼ିଲେ ଗଞ୍ଜେଇ ମାଫିଆ। ପୋଲିସ ପାଟ୍ରୋଲିଂ ସମୟରେ ଏହି ଗଞ୍ଜେଇ ଜବତ ହୋଇଛି।...

ଶିଶୁକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ନାବାଳକ

ରାୟଗଡ଼ା,୧୪ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନିକଟସ୍ଥ ଝୁଲା ପୋଲ ବୁଲିବାକୁ ଆସିଥିବା ଜଣେ ୧୭ ବର୍ଷୀୟ ନାବାଳକ ନାଗାବଳୀ ନଦୀରେ ବୁଡ଼ଯାଇଛନ୍ତି। ମୃତକ ଜଣକ...

ଅନ୍‌ଲାଇନ ଗେମ୍‌ରୁ ଜୀବନ ହାରିଲେ ଛାତ୍ରୀ

ରାୟଗଡ଼ା,୧୩।୩: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା ଗଣପତିଗୁଡ଼ାରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଅନ୍‌ଲାଇନ ଗେମ୍‌ରେ ଟଙ୍କା ହରାଇ ଜଣେ ଦଶମ ଶ୍ରେଣୀ...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ

ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

ଗୋଲାପ ଚାଷ ଦେଖିଲେ କେନ୍ଦ୍ରୀୟ ଟିମ୍‌

ରାମନାଗୁଡ଼ା,୧୦।୩ (ସଞ୍ଜୟ ପ୍ରଧାନ): କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଅଭିଯାନର ଏକ ଟିମ୍‌ ସୋମବାର ରାୟଗଡ଼ା ଜଲା ରାମନାଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି।...

ଆମ୍ବୁଲାନ୍ସକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍; ଅଳ୍ପକେ ବଞ୍ଚିଗଲା ରୋଗୀଙ୍କ ସମେତ ୮ ଜଣଙ୍କ ଜୀବନ

ରାୟଗଡା,୧୦।୩: ସୋମବାର ରାୟଗଡା ଜିଲା କାଣିପାଇ ନିକଟରେ ରେଳପଥ ପାର ହେଉଥିବା ସମୟରେ ଏକ ମାଲବାହୀ ଟ୍ରେନ୍ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ଆମ୍ବୁଲାନ୍ସଟି ରାୟଗଡ଼ାର...

ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ଯବାନ, ଭୁବନେଶ୍ୱର ଏୟାରଲିଫ୍ଟ

ରାୟଗଡ଼ା/ମୁନିଗୁଡ଼ା,୬।୩(ଆଶିଷ ରଞ୍ଜନ ପଣ୍ଡା/ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନଠାରେ ଗୁରୁବାର ଚଳନ୍ତା ଟ୍ରେନ୍‌ରୁ ଖସି ପଡି ଜଣେ ବିଏସଏଫ୍‌ ଯବାନ ଗୁରୁତର...

କାଲି ଟ୍ରଲର ଆଜି ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ଯାତାୟତ ବାଧାପ୍ରାପ୍ତ

ରାୟଗଡ଼ା,୨୭।୨(ଆଶିଷ ରଞ୍ଜନ ପଣ୍ଡା): ଲୋକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବା ସହିତ ଦିନକୁ ଦିନ ବିପଦଜନକ ହୋଇପଡିଛି ରାୟଗଡ଼ା – କୋରାପୁଟ ୩୨୬ ନଂ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image