ଅଚିହ୍ନା ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା: ପଥର ତଳେ ମୃତଦେହ ଚାପି ଦେଇ ଦୁର୍ବୃତ୍ତ ଫେରାର

ପାଟକୁରା, ୨ା୬(ଡ଼ି.ଏନ.ଏ.)-କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ପଞ୍ଚାୟତ ନିକଟ ପାଇକା ନଦୀର ପଥର ବୁରୁଜ ନିକଟରେ ଶୁକ୍ରବାର ରାତିରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା କରାଯାଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କର ପରିଚୟ ମିଳିନାହିଁ । ସ୍ଥାନୀୟ ପୋଲିସ ଶନିବାର ମୃତଦେହ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଇବା ସହ ଏ ନେଇ ଏକ ମାମଲା ରୁଜୁ କରିଛି । କେସ ନଂ ୧୪୧/୧୯।

ପ୍ରକାଶ ଯେ, ରାତି ପ୍ରାୟ ୧୧ଟାରେ ଦୁଇଟି ବାଇକ୍‌ରେ ଦୁର୍ବୃତ୍ତମାନେ ଆସି ନଦୀବନ୍ଧରେ ବାଇକ ରଖିବା ସହ ନିକଟସ୍ଥ ପଥର ବୁରୁଜ ଉପରକୁ ଯାଇଥିଲେ । ଏହାର କିଛି ସମୟ ପରେ ସେମାନେ ଜଣେ ଯୁବକଙ୍କୁ ଠେଙ୍ଗାରେ ନିସ୍ତୁକ ପିଟିଥିଲେ । ଏହି ସମୟରେ ବୁରୁଜ ଠାରୁ ଅଳ୍ପ ଦୂରରେ ନଦୀ ଆରପାରି ବାଲିରେ ମତଗଜପୁର ଗ୍ରାମର କେତେଜଣ ବ୍ୟକ୍ତି ଶୌଚ ହେବାକୁ ଆସି ସଂପୃକ୍ତ ଯୁବକଙ୍କ ଚିତ୍କାର ଶୁଣିଥିଲେ । ସେମାନେ ଏଭଳି ଘଟଣା ଦେଖି ଭୟଭୀତ ହୋଇ ଗ୍ରାମକୁ ଦୌଡିଯାଇ ଅନ୍ୟମାନଙ୍କୁ ଏ ସଂପର୍କରେ କହିଥିଲେ । ମତଗଜପୁର ଗ୍ରାମବାସୀ ପଳସୁଧା ସରପଞ୍ଚ ଅନୁଜ ମହାନ୍ତିକୁ ଫୋନ କରି ଏହା ଜଣାଇଥିଲେ । ପରେ ଉଭୟ ଗ୍ରାମର ଲୋକେ ଘଟଣାସ୍ଥଳକୁ ଯାଇଥିଲେ । ଖବରପାଇ ପୋଲିସ ପହଞ୍ଚତ୍ ବୁରୁଜ ପାଖ ପଥର ତଳୁ ଚାପି ହୋଇ ରହିଥିବା ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା । କିନ୍ତୁ ସେତେବେଳକୁ ଦୁର୍ବୃତ୍ତମାନେ ଆସିଥିବା ୨ଟି ବାଇକରେ ଫେରାର ହୋଇ ଯାଇଥିଲେ । ରାତିରେ ପୋଲିସ ମୃତଦେହ ଜଗି ରହିଲା । ଶନିବାର ସାଇଣ୍ଟିଫିକ୍‌ ଟିମ୍‌ ସହ ପାଟକୁରା ଥାନା ଆଇଆଇସି ସୁଜିତ ପ୍ରଧାନ ଓ କୋରୁଆ ଫାଣ୍ଡି ଅଧିକାରୀ ମହମ୍ମଦ ଜାମସେଦ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ । ମୃତକଙ୍କ ନିକଟରୁ ଏକ ଠେଙ୍ଗା ଓ ତାଙ୍କ ପକେଟରୁ ୨୫ ଟଙ୍କା ଜବତ ହୋଇଛି । ତାଙ୍କ ବାମ ଗୋଡ ପୋଲିଓ ଆକ୍ରାନ୍ତ ବୋଲି ଜଣାପଡିଛି ା ସେ ସଂଖ୍ୟାଲଘୁ ସଂପ୍ରଦାୟର ବୋଲି ପୋଲିସ ସନ୍ଦେହ କରୁଛି । ତାଙ୍କୁ ଅତି ବିଭତ୍ସ ଭାବରେ ପିଟି ପିଟି ପଥରରେ ଛେଚି ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି । କେଉଁ କାରଣ ପାଇଁ ଏଭଳି ଘଟିଲା ଓ ଭିନ୍ନକ୍ଷମ ଯୁବକଙ୍କର ଦୁର୍ବୃତ୍ତଙ୍କ ସହିତ ପୂର୍ବରୁ ପରିଚୟ ଥିଲା କି ନାହିଁ ପୋଲିସ ତଦନ୍ତ ଚଳାଇଛି ।

ପ୍ରକାଶ ଥାଉ କି, ୨୦୧୬ ଡିସେମ୍ବର ୨୮ ତାରିଖରେ ଏହି ପଥର ସ୍ପର ନିକଟରୁ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ମୃତହେଦ ମିଳିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ା ସେତେବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଆଲୋଚନା ଜୋର ଧରିଥିଲା । କିନ୍ତୁ ସେହି ଘଟଣାର ଆଜି ପର୍ଯ୍ୟନ୍ତ ତଦନ୍ତ ସରିନାହିଁ । ଏବେ ବି ଉକ୍ତ ଘଟଣା ସନ୍ଦେହ ଘେରରେ ରହିଛି । ଜଗତସିଂହପୁର ଜିଲାର କ୍ରିଷ୍ଣାନନ୍ଦପୁର ଓ କେନ୍ଦ୍ରାପଡା ଜିଲାର ତେଣ୍ଡାକୁଡା ପାଇକା ନଦୀର ଦୁଇପାର୍ଶ୍ୱରେ ଅବସ୍ଥିତ । ଏହି ଇଲାକା ଅପରାଧୀ ଜୋନ ଭାବରେ ପୋଲିସ ରେକର୍ଡରେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀଙ୍କଠାରୁ ୮.୨୫ ଲକ୍ଷ ଟଙ୍କା ଠକି ନେଇ ଗିରଫ ହେଲେ ଯାତ୍ରା ପାର୍ଟି ମାଲିକ

ଭୁବନେଶ୍ୱର,୨୩ା୧୨(ସୂର୍ଯ୍ୟକାନ୍ତ ବେହେରା): ଅଭିନେତ୍ରୀଙ୍କୁ ମିଥ୍ୟା ଆଶ୍ୱାସନା ଦେବା ସହ ପ୍ରତାରଣା କରି ୮ ଲକ୍ଷରୁ ଅଧିକ ଟଙ୍କା ଠକିବା ମାମଲାରେ ଲିଙ୍ଗରାଜ ପୋଲିସ ଜଣେ ଯାତ୍ରା...

ନିଲମ୍ବିତ ପିଇଓଙ୍କୁ ଉଠାଇନେଲା ଭିଜଲାନ୍ସ, ୩ ପଞ୍ଚାୟତରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି…

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ୩ଟି ପଞ୍ଚାୟତ ତୁରୁଡ଼ିହି, କଚରାପରା -୩ ଓ ପରଚିପାରା ଦାୟିତ୍ୱରେ ଥିବା ପିଇଓ ସୁରେନ୍ଦ୍ର ଭତ୍ରା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା...

ମହିଳାଙ୍କ ଅଶ୍ଳୀଳ ଭିଡିଓ, ଫଟୋ ଭାଇରାଲ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୨ା୧୨(ସତ୍ୟଜିତ୍‌ ରାଉତ): ସମ୍ପର୍କରେ ବିଷ ଦେଲେ ଯୁବକ। ମହିଳାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ବ୍ଲାକମେଲ୍‌ କରି ନେଇଗଲେ...

ବୋହୂଙ୍କୁ ଉଲଗ୍ନ କରି ଲୁହା ରଡ୍‌ ଚେଙ୍କ ଦେବା ସହ ପ୍ରାଇଭେଟ୍‌ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କଲେ ଶାଶୁଘର ଲୋକେ

ଭୋପାଳ,୨୧ା୧୨: ଥମୁନି ବଧୂ ନିର୍ଯାତନା। ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଉଲଗ୍ନ କରି ନିର୍ଧୂମ ପିଟିବା ସହ ଲୁହା ରଡ୍‌ରେ ଚେଙ୍କ ଦେଇଥିବା ଅଭିଯୋଗ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା: ୨ ଗଲେ ଜେଲ୍‌

ଦିଗପହଣ୍ଡି,୧୮ା୧୨(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ...

ମହିଳାଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଧରାଇଲା ୟୁପିଆଇ ପେମେଣ୍ଟ, ସ୍ବାମୀଙ୍କ ସମେତ ୩ ଗିରଫ

କଟକ/କଟକ ସଦର,୧୬ା୧୨(କାର୍ତ୍ତିକ ସାହୁ/ ସୁଶାନ୍ତ କୁମାର ଜେନା): ହତ୍ୟାର ଶିକାର ମହିଳା ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଭିତର ସୋବଳା ଗ୍ରାମର ପଦ୍ମାବତୀ...

କମେଡିଆନ ସୁନୀଲ ପାଲଙ୍କ ଅପହରଣକାରୀଙ୍କୁ ଏନକାଉଣ୍ଟର

ମେରଟ,୧୫।୧୨: କମେଡିଆନ ସୁନୀଲ ପାଲ ଏବଂ ଅଭିନେତା ମୁସ୍ତାକ ଖାନଙ୍କ ଅପହରଣକାରୀ ଅର୍ଜୁନ କର୍ଣ୍ଣଓ୍ବାଲଙ୍କୁ ପୋଲିସ ଏନକାଉଣ୍ଟର କରିଛି। ଅଭିଯୁକ୍ତଜଣଙ୍କ ପୋଲିସ ହେପାଜତରୁ ଫେରାର ହେବାକୁ...

ଦେଶୀମଦ ପ୍ରସ୍ତୁତି ଘଟଣା: ମା’-ପୁଅ ଗଲେ ଜେଲ୍‌

ଦିଗପହଣ୍ଡି,୧୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲି ନିକଟ ବେଲପଡ଼ା ଗ୍ରାମରେ ବେଆଇନ ଭାବେ ଦେଶୀମଦ ପ୍ରସ୍ତୁତ କରି ଚୋରା ଚାଲାଣ କରୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri