ଅଚିହ୍ନା ଯୁବକଙ୍କ ଗଳିତ ଶବ ଉଦ୍ଧାର

ରାଇସୁଆଁ,୨୯।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳର ଏକ ଜଙ୍ଗଲରୁ ଝୁଲନ୍ତାବସ୍ଥାରେ ଯୁବକଙ୍କ ଗଳିତ ଶବ ମଙ୍ଗଳବାର ଉଦ୍ଧାର ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ।
ସୂଚନାନୁଯାୟୀ, ମଙ୍ଗଳବାର ମୌଦାନକେଲା ପଞ୍ଚାୟତ ବାସୁଦେବପୁର ଜଙ୍ଗଲର ଏକ ଗଛରେ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ତେବେ ପୋଲିସ ପହଞ୍ଚି ନ ଥିବା ଜଣାପଡ଼ିଛି।