ଅଜଗରକୁ ପିଟି ମାରିଦେଲେ, କୂଅରୁ କୁଟୁରା ଉଦ୍ଧାର

ଆର,ଉଦୟଗିରି,୧୬ା୬(ଡି.ଏନ୍‌.ଏ.)- ଆର୍‌.ଉଦୟଗିରି ଅଞ୍ଚଳରେ ଲୋକେ ଏକ ଅଜଗରକୁ ମାରି ଦେଇଥିବାବେଳେ ଚନ୍ଦ୍ରଗିରି ଅଞ୍ଚଳରେ ଏକ କୁଟୁରା ଶାବକକୁ ଲୋକେ କୂଅରୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି।
ଆର୍‌.ଉଦୟଗିରି ଗଁାର କେତେଜଣ ମହିଳା ସୋମବାର ସନ୍ଧ୍ୟାରେ ନଦୀକୁ ଯାଉଥିବା ବେଳେ ରାସ୍ତାରେ ଏକ ଅଜଗର ସାପ ଦେଖିଥିଲେ। ପାଟି କରିବାରୁ ସ୍ଥାନୀୟ ଲୋକେ ପହଞ୍ଚତ୍ ଏହାକୁ ମାରି ଦେଇଥିଲେ। ବର୍ଷା ହେଉଥିବାରୁ ପାହାଡରୁ ପାଣି ସ୍ରୋତରେ ଏହା ଭାସି ଆସିଥିବା ଅନୁମାନ କରାଯାଉଛି। ଏହାର ଲମ୍ବ ପ୍ରାୟ ୧୦ ଫୁଟ ହେବ। ସେହିପରି ମଙ୍ଗଳବାର ସକାଳୁ ଚନ୍ଦ୍ରଗିରି ଅନୁସୂଚିତ ଜନଜାତି ସାହି ନିକଟରେ ଥିବା ଏକ କୂଅରେ କୁଟୁରା ଶାବକ ପଡିଥିବା ସାହିଲୋକେ ଦେଖିଥିଲେ। ଜଣେ ଯୁବକ କୂଅରେ ପଶି ଶାବକଟିକୁ ଉଦ୍ଧାର କରିଥିଲେ। ଏହାପରେ ସ୍ଥାନୀୟ ବନବିଭଗକୁ ଖବର ଦେବାରୁ କର୍ମଚାରୀମାନେ ଆସି ନେଇ ଯାଇଥିଲେ।

Share