ଉଦଳା,୧୨ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ବୈରାଟପୁର ଗ୍ରାମ ନିକଟସ୍ଥ ସୋନ ନଦୀ ପଠାରୁ ମଙ୍ଗଳବାର ଏକ ୭ ଫୁଟିଆ ଅଜଗର ଉଦ୍ଧାର ହୋଇଛି ା ରାତିରେ ସାପଟି ଗ୍ରାମରୁ ନଦୀ ପଠାକୁ ଯାଉଥିବା ଗ୍ରାମବାସୀ ଦେଖି ସ୍ନେକ ଲାଇଫ୍‌ ଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲେ ା ସ୍ନେକ ଲାଇଫ୍‌ ଲାଇନ୍‌ ସଦସ୍ୟ ଅଭିଜିତ୍‌ ବେହେରା ଏବଂ ଅଭିନନ୍ଦନ ଦଣ୍ଡପାଟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟିର ଓଜନ ୧୪ କିଲୋରୁ ଅଧିକ ହେବ। ସ୍ନେକ ଲାଇଫ୍‌ ଲାଇନ୍‌ ସଦସ୍ୟ ଏହାକୁ ବନବିଭାଗକୁ ହସ୍ତାନ୍ତର କରିଥିଲେ। ପରେ ବନବିଭାଗ କର୍ମଚାରୀ ସାପଟିକୁ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦେଇଥିବା ଜଣା ପଡ଼ିଛି।