ଅଜଗର ଉଦ୍ଧାର

ଠାକୁରମୁଣ୍ଡା,୨୬ା୭(ଡି.ଏନ୍‌.ଏ.)- ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଭରାଣ୍ଡିହା ପଞ୍ଚାୟତର ଗମ୍ଭାରୀଆ ଗ୍ରାମରୁ ବନବିଭାଗ ଏକ ଅଜଗର ଉଦ୍ଧାର କରିଛି। ଶୁକ୍ରବାର ଭରାଣ୍ଡିହା ସମିତି ସଭ୍ୟ ରଘୁନାଥ ମହାନ୍ତଙ୍କ ବଗିଚାରେ ଲଗାଯାଇଥିବା ଜାଲରେ ସାପଟି ପଡି ଯାଇଥିଲା। ସାପଟି ଏକ କୁକୁଡ଼ାକୁ ଗିଳି ଦେଇଥିବା ଦେଖିବାକୁ ମିଳିଥିଲା। ଖବରପାଇ ଠାକୁରମୁଣ୍ଡା ଫରେଷ୍ଟର ତପନ କୁମାର ମହାନ୍ତଙ୍କ ସମେତ ଗାର୍ଡ ସୁନୀଲ କୁମାର ସାହୁ, ବିଜୟ କୁମାର ମହାନ୍ତ ସାପଟିକୁ ଧରି ଚମକପୁର ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଉଦ୍ଧାର ସାପଟିର ଲମ୍ବ ୭ ଫୁଟ ହେବ ବୋଲି ବନବିଭାଗ କହିଛି।