ଅଜଗର ସାପ ଉଦ୍ଧାର

ପାତ୍ରପୁର,୩୧ା୮(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ପାଞ୍ଚଆମ୍ବ ଗାଁ ପୋଖରୀରେ ଶନିବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଅପରାହ୍ନ ୩ଟାରେ କେତେଜଣ ଯୁବକ ମିଶି ଗ୍ରାମରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ପୋଖରୀରେ ସାପକୁ ଦେଖି ଗାଁର ଅନ୍ୟ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ବ୍ରହ୍ମପୁର ସ୍ନେକ ହେଲପଲାଇନ ଆସି ପ୍ରାୟ ୩ ଘଣ୍ଟା ପରେ ସାପଟିକୁ ଉଦ୍ଧାର କରିଥିଲା।