ଅଜଣା ଗାଡ଼ି ଧକ୍କାରେ ୨ ମୃତ, ଜଣେ ଗୁରୁତର

ସୋର,୩୧।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ଶପୁଲିଆଠାରେ ଶୁକ୍ରବାର ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଭଦ୍ରକ ଅସୁରାଳି ହଂସପୁର ଅଞ୍ଚଳର ସୁମାରାଣୀ ଜେନା ଓ ଚନ୍ଦନ ପାତ୍ର। ଗୁରୁତର ହେଲେ ସ୍ବପ୍ନାରାଣୀ ଜେନା। ସୁମାରାଣୀ, ଚନ୍ଦନ ଓ ସ୍ବପ୍ନାରାଣୀ ଏକ ବାଇକ୍‌ରେ ଯାଉଥିବା ସମୟରେ ଶପୁଲିଆଠାରେ ତାଙ୍କ ବାଇକ୍‌କୁ ଏକ ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏଥିରେ ସୁମାରାଣୀ ଓ ଚନ୍ଦନଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ସ୍ବପ୍ନାରାଣୀଙ୍କୁ ସୋର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।