ଅଜଣା ବ୍ୟକ୍ତିଙ୍କ ଗୁଳିରେ ୩୮ ନିହତ

ବାମାକୋ,୧୯।୬: କେନ୍ଦ୍ରୀୟ ମାଲିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିରେ ୩୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଙ୍ଗାଫାନି ଏବଂ ୟୋରୋ ଗାଁରେ ଏହା ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଠାକାର ଦୁଇ ଗାଁରେ ଡୋଗୋନ୍ସ ସମ୍ପ୍ରଦାୟର ଲୋକେ ବାସ କରୁଛନ୍ତି। ଦେଶରେ ଡୋଗୋନ୍ସ ଏବଂ ଫୁଲାନି ସମ୍ପ୍ରଦାୟ ମଧ୍ୟରେ ଅଧିକାଂଶ ସମୟରେ ହିଂସାକାଣ୍ଡ ଘଟିଥାଏ। ତେବେ ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରହିଛିିି। ଏହାପୂର୍ବରୁ କିଛିଦିନ ତଳେ ଡୋଗୋନ୍ସ ସମ୍ପ୍ରଦାୟର ୯୫ ଜଣ ଲୋକଙ୍କ ଜଣେ ଅଜଣା ବ୍ୟକ୍ତି ଗୁଳିକରି ହତ୍ୟା କରିଥିଲେ।

Share