ନୂଆପଡା ଅଫିସ/କୋମନା,୭।୯(ଡି.ଏନ.ଏ.)
ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗାଁରେ ଏକ ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ଗତ ନୂଆଁଖାଇ ସମୟରେ ଲୋକେ ଏଥିରେ ଆକ୍ରାନ୍ତ ହୋଇଥିବାରୁ ନୂଆଁଖାଇରୁ ମଧ୍ୟ ବଞ୍ଚତ୍ତ ରହିଥିବା ଜଣାପଡ଼ିଛି। ଖବର ଅନୁଯାୟୀ ଟିକ୍ରାପଡାର ମକଡଦମ ପଡାର ଭୋଲା ସଗରିଆ (୩୦), ହେମକାନ୍ତି ସଗରିଆ (୨୫), ସୁନାଧର ସବରିଆ (୫୫), ପ୍ରିତି ସଗରିଆ (୫), ରିଙ୍କୁ ବୌକ (୩୩), ଅମ୍ରିତା ବୌକ (୬୦), ନମିତା ବୌକ (୩୮), କଲ୍ୟାଣି ବୌକ (୪୦), ଲୀଲାବତୀ ହଂସ(୩୫), ଲିପୁ ବେହେରା (୩୪), ଗଉରି ବେହେରା (୨୬), ସବିତା ଦଲପତି (୬୨), ମକାରାଉ ଦଲପତି (୪୨), ସୌମ୍ୟ ଦଲପତି (୧୭), ନିନି ଦଲପତି (୩୮), ବୈଷ୍ଣବ ହଂସ (୪୫) ପ୍ରମୁଖ ଆକ୍ରାନ୍ତ ହୋଇଛନ୍ତି । ସେମାନେ ବିଭିନ୍ନ ପ୍ରକାର ଘରୋଇ ଚିକିତ୍ସା କରୁଥିଲେ ମଧ୍ୟ ଠିକ ହେଉ ନ ଥିବା ଗ୍ରାମବାସୀ କହିଛନ୍ତି । ଏହା ଏକ ଅଜଣା ଜ୍ୱର ବୋଲି କୁହାଯାଉଛି । ଏହା ଉପରେ ଜିଲା ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ଚିକିତ୍ସା ବ୍ୟବସ୍ଥା କରିବାକୁ ଦାବି ହେଉଛି।
ପର୍ଯ୍ୟଟନ ସ୍ଥଳରେ ପଡୁଛି ପ୍ଲାଷ୍ଟିକ: ପଦକ୍ଷେପ ପାଇଁ…
ନୂଆପଡ଼ା,୧୬।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ପର୍ଯ୍ୟଟନ ସ୍ଥଳୀ ପତୋରା ଡ୍ୟାମ୍ଠାରେ ସ୍ଥାନୀୟ ଯୁବ ସଂଗଠନ ଯୁବା କି ଦହାଡ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ...
ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ
ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...
ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ
ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାଣି ସିଆର୍ପିଏଫ୍ କ୍ୟାମ୍ପରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...
ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା
ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର...
ଖଡ଼ିଆଳରେ ବୃଦ୍ଧି ପାଉଛି ଚୋରି: କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି
ଖଡ଼ିଆଳ,୧୨।୧୨(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି...
‘ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର’
ନୂଆପଡା,୧୧।୧୨(ମକାରୁ ବେମାଲ): କେନ୍ଦ୍ର ଅର୍ଥ ସେବା ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଜିଲା ଲିଡ୍ ବ୍ୟାଙ୍କ ପକ୍ଷରୁ ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର ଶୀର୍ଷକ ସଚେତନତା ଶିବିର ଆସନ୍ତା...
ପ୍ରଶାସନର ଦାଦନ ମୁକ୍ତ ନେଇ…
ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...
ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ
ନୂଆପଡ଼ା,୧୦।୧୨ (ମକାରୁ ବେମାଲ):କୋମନା ବ୍ଲକ୍ ରଜନା ପଞ୍ଚାୟତ ବେଲଗାଁଠାରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳଙ୍କ...
Archives


