Categories: ଜାତୀୟ

ଅଜଣା ରୋଗ: କ୍ଷୀରରୁ ମିଳିଲା ନିକେଲ

ନୂଆଦିଲ୍ଲୀ,୧୭।୧୨: ଆନ୍ଧ୍ରପ୍ରଦେଶର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ୟାପିଥିବା ଅଜଣା ରୋଗର କାରଣ ଖୋଜୁଥିବା ବୈଜ୍ଞାନିକ ଦଳକୁ ମିଳିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ରୋଗ ବ୍ୟାପିଥିବା ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିବା କ୍ଷୀରରୁ ମିଳିଛି ନିକେଲ। ଅଜଣା ରୋଗ ଯୋଗୁ ଆନ୍ଧ୍ରପ୍ରଦେଶର ଏଲୁରୁ ସହରରେ ଜଣଙ୍କ ମୃତ୍ୟୁ ହାଇଥିବାବେଳେ ୬୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିଲେ। ରୋଗୀଙ୍କ ରକ୍ତ ନମୁନାରେ ଅତ୍ୟଧିକ ପରିମାଣର ସୀସା ଏବଂ ନିକେଲ ମିଳିଥିଲା।

ଗତ ସପ୍ତାହରେ ସମାନ ପ୍ରକାର ଲକ୍ଷଣ ଦେଖାଦେଇଥିବା ଦୁଇ ରୋଗୀଙ୍କ ମେଡିକାଲରେ ମୃତ୍ୟୁ ହୋଇଛି। ହେଲେ ଅଜଣା ରୋଗ କାରଣରୁ ସେମାନଙ୍କ ମୃତ୍ୟୁ ହୋଇ ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅଲ ଇଣ୍ଡିଆ ଅଫ୍‌ ଇନ୍‌ଷ୍ଟୁଚ୍ୟୁଟ ସାଇନ୍ସ (ଏମ୍ସ)ର ଜଣେ ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି । ଏଲୁରୁ ସହରରୁ ସଂଗ୍ରହ କରାଯାଇଥିବା କ୍ଷୀର ସାମ୍ପଲରୁ ନିକେଲ ମିଳିଛି। ଏହା କ୍ଷୀରରେ ରହିବା ଉଚିତ ନୁହେଁ ବୋଲି ଏଲୁରୁ ଜିଲା ମେଡିକାଲ ସୁପ୍ରିଟେନ୍‌ଡେଣ୍ଟ ଅବ୍ର ମୋହନ କହିଛନ୍ତି।

Share