ଅଜନା ରୋଗ୍‌ରେ ଖଟେ ପଡ଼ିଛନ୍‌ ପଙ୍କଜ

ଲୋଇସିଂହା, ୧୫।୧୦(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଝରଣୀପାଲି ଗଁାର ପଙ୍କଜ ମାଝି(୩୦)। ଭେଁଡ଼ା ବଏସେ ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ ପରଭାରେ ଖଟେ ପଡ଼ିରହିଛନ୍‌। ହେଲେ ଅଭାବ ଅନାଟନ ଲାଗି ଉଚ ଚିକିଛା କରେଇ ନାଇଁ ପାରବାର। ଇଆଡ଼େ ବୁଢ଼ି ମା’ ମୁଢ଼ି ବିକି କୁଟୁମ ପୁଷୁଥିଲାବେଲେ ପୁଓର ଚିକିଛା ଚିନ୍‌ତାରେ ହରମେଶା ଘାରି ହେଉଛନ୍‌।
ସୂଚନାମତେ,ଝରଣୀପାଲି ପଞ୍ଚାୟତ ସଦର ଗାଁର ଅର୍ଜୁନ ମାଝି ଆର ସୁରୁନନୀ ମାଝିକଁର ଦୁଇ ପୁଓ ପଙ୍କଜ ଆର ରଞ୍ଜିତ। ପରିବାରଟା ନିହାତି ଗରିବ୍‌। କୁଟୁମଟା ମୁଢ଼ି ବିକି ଯାହା ରୁଜଗାର କରୁଛନ୍‌ ସେଥ୍‌ରେ ତାକର ପରିବାର ଚଲୁଛେ। ଏନ୍‌ତା ଅଭାବ ଅନାଟନ ଲାଗି ବଡ଼ପୁଓ ପଙ୍କଜ ଦାଦନ ଖଟି ଯାଇଥିଲେ। ହେଲେ ସେଠାନେ କେହେନ୍‌ସି ଅଜନା ରୋଗ୍‌ରେ ପଡ଼ଲାରୁ ସେ ଘରକେ ପଲେଇ ଆଏଲେ। ଗରିବ୍‌ ମା’ବାପ୍‌ ପୁଓର ଅବସ୍‌ତା ଦେଖି ଧାରଉଧାର କରି ବଲାଙ୍ଗୀର, ସମ୍ବଲପୁରକେ ଚିକିଛା ଲାଗି ନେଇଥିଲେ। ହେଲେ କିଛି ଲାଭ ନାଇଁ ହେଲା। ପଙ୍କଜର ଅଁଟାରୁ ଗୋଡ଼୍‌ ତକ୍‌ ଅଚଲ ହେଇଗଲା। ଏହେଦେ ସେ ଘରେ ଗଛ୍‌ ଲେଖେଁ ଖଟେ ପଡ଼ି ରହିଛନ୍‌, ହଲ୍‌ଚଲ ବି ହେଇ ନାଇଁପାରବାର। ଇଆଡ଼େ ଉଚ ଚିକିଛା ଅଭାବୁ ଦିନୁଦିନ୍‌କେ ପଙ୍କଜର ଅବସ୍‌ତା ଆହୁରି ବିଗିଡ଼ତେଲ ଯାଉଛେ। ଘଟନା ବାବ୍‌ଦେ ଖବର ପାଇ ଥାନୀଅ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେଶନର ମେମର ଅଜିତ ବେହେରା ଆର ଅମିତ ମେହେର ପଙ୍କଜକଁର ଘରକେ ଯାଇ ପରିବାର ଲୁକ୍‌କର ସଂଗେ ଆଲୋଚନା କରିଛନ୍‌। ଫାଉଣ୍ଡେଶନର ସଭାପତିକୁଁ ଘଟନା ବାବ୍‌ଦେ ଜନେଇ ଜିଲା ପରଶାସନ ଆର ସୁଆସ୍‌ତିଅ ବିଭାଗକେ କହି ପଙ୍କଜକଁର ଚିକିଛା ସୁବିଧା କରାଯିବା ବଲି ସେମାନେ ପରିବାର ଲୁକ୍‌କୁ କହିଛନ୍‌। ଇ ଦିଗେ ଜିଲାପାଳ ଦୁରୁଷ୍‌ଟି ଦେଇ ପଙ୍କଜକଁର ଉଚ ଚିକିଛା ବେବସ୍‌ତା କରବାକେ ଗଁାବାସୀ ଦାବି କରିଛନ୍‌।

Share