ଅଜନା ରୋଗ୍‌ରେ ପୀଡ଼ିତ ଶୁକଦେବ

ଦେଓଗାଁ,୧୨ା୧୨(ଡି.ଏନ.ଏ.)-  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ପଁଚେତ ଅଧୀନ ଚନ୍ଦ୍ରପୁରର ଶୁକଦେବ ନାଗ(୪୦)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଆକ୍‌ରଁାତ ହେଇ ଭଗବାନ ଭରସାରେ ଜୀବନ୍‌ ବିତଉଥିବାର ନଜରକେ ଆସିଛେ। ହେଲେ ତାହାକୁ ଡାକ୍‌ତର ବିନା ଚିକିଛାରେ ଘରକେ ଫିରେଇ ଦେଇଥିବାର ଅଭିଯୋଗ ହେଇଛେ।
ସୂଚନା ଅନ୍‌ସାରେ ଚନ୍ଦ୍ରପୁରର ଶୁକଦେବ ନାଗକଁର ପରିବାର କହେଲେ ମାଏକିନା ଶାନ୍ତି, ପୁଓ କୁମୁଦ ଆର ଝି’ କଲ୍ୟାଣୀକେ ନେଇ ସଁସାର। ଆଏଜ୍‌କେ ୩ରୁ ୪ ମାସ ତଲେ ଶୁକଦେବ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଆକ୍‌ରଁାତ ହେଇଥିଲେ। ତାକର ଦୁଇ ଗୋଡ଼ରେ ଘା’ ହେଇ ପାଚି ଯିବାର ସଂଗେ ବହୁତ୍‌ ଦରଦ୍‌ ହେଉଥିଲା। ବହୁତ ଚିକିଛା କଲା ଉତାରୁ ବି ତାକର ଘା’ ନାଇଁ ଶୁଖ୍‌ଲାରୁ ସେ ବଲାଙ୍ଗୀର ଭୀମଭୋଇ ମେଡିକାଲକେ ଉଚ ଚିକିଛା ଲାଗି ଯାଇଥିଲେ। ହେଲେ ଟଁକା ପଏସା ଅଭାବୁ ଜିଲା ଚିକିଛା ଅଧ୍‌କାରୀକୁଁ ଫେରାଦ ହେଲାରୁ ତାକର ନିରଦେଶରେ ଭୀମଭୋଇ ମେଡିକାଲରେ ଭରତି ହେଇଥିଲେ। ସେଠାନେ ତାହାକୁ ଡାକ୍‌ତର ଚିକିଛା କରବାର ବଦ୍‌ଲା ତୁମର ତାରିଖ ପଲେଇଗଲାନ, ପଛେ ଆଏବ ବଲି କହେବାର ସଂଗେ ଡିସଚାର୍ଜ କରିଦେଇଥିବାର ଶୁକଦେବକଁର ମାଏକିନା ଶାନ୍ତି ଅଭିଯୋଗ କରିଛନ୍‌। ଏହେଦେ ଶୁକଦେବ ଭଗବାନ ଭରସାରେ ଘରେ ପଡ଼ିରହି ଦରଦ୍‌ରେ ଛଟ୍‌ପଟେଇ ଯାଉଛନ୍‌। ସେ ଘରର ଝନେବଲି ରୁଜ୍‌ଗାରି ଲୋକ୍‌। ଖଟେ ପଡ଼ି ରହିଲାକେ ଘରର ଅବସ୍‌ତା ବେହାଲ ହେଇଯାଇଛେ। ଏନ୍‌ତାଥି ପୁଓ କୁମୁଦ(୧୮) ପାଠ୍‌ପଢ଼ା ଛାଡ଼ି ବାହାର ରାଏଜ୍‌କେ କାମ୍‌ ଖୁଜି ଯାଇଛନ୍‌। ଝି’ କଲ୍ୟାଣୀ(୧୪)କଁର ପାଠ୍‌ପଢ଼ା ବି ବଁଦ୍‌ ହେଇଥିବାର ଜନାଯାଇଛେ। ଶାନ୍ତି ଏହେଦେ ପରହର ଘରେ କୁଲିମଜୁରି କରି ପରିବାର ଚଲଉଥିଲାବେଲେ ଆପ୍‌ନେର ଚିକିଛାରେ ଟଁକା ପଏସା ବାଧକ ସାଜିଛେ। ସରକାର ଗରିବ୍‌ ଦୁଖିକର ସ୍ବାସ୍ଥ୍ୟ ସେବାର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଥିଲେ ବି କେତେ କରମ୍‌ଚାରୀକଁର ବେପରୁଆ ମନ୍‌ଭାବ ଲାଗି ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଇ ଦିଗେ ପରଶାସନ ଦୁରୁଷ୍‌ଟି ଦେବାର ସଂଗେ ଶୁକଦେବକଁର ଉଚ ଚିକିଛା ଲାଗି ସାହାଯ୍‌ ଯୁଗେଇ ଦେବାକେ ଶରତ କୁମାର ପୁଟେଲ, ରମାକାନ୍ତ ମିଶ୍ର, ସୁଶାନ୍ତ ମିଶ୍ର, ଭୋପାଳ ପଧାନ, ଶେଷଦେବ ନାଗ, ପ୍ରସନ୍ନ ମଲିିକ, ଗଉଁନ୍ତିଆ ସୁବାଷ ଦଣ୍ଡସେନା, ମନୋଜ ଦୀପ, ପରମେଶ୍ୱର ବନଗୁଲା ପରମୁଖ ଗଁାବାସୀ ଦାବି କରିଛନ୍‌।

Share