ଅଜନା ରୋଗ୍‌ରେ ପୀଡ଼ିତ ହୀରାଦେଈ

ଖଡିଆଳ,୨୩।୧୦(ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗଁାର କେତୁ ଷଣ୍ଢକଁର ମାଏକିନା ହୀରାଦେଈ ଷଣ୍ଢ। ଆଏଜ୍‌କେ ୨ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ ପରଭାବରେ ତାକର ହାତ୍‌ଗୋଡ଼ ବଁକା ହେଇଯାଇଛେ। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ହୀରାଦେଈ ଚିକିଛା ଅଭାବୁ ଭଗବାନ ଭରଷାରେ ଘରେ ପଡ଼ି ରହିଛନ୍‌।
ସୂଚନା ଅନ୍‌ସାରେ ଖଡ଼ିଆଳ ବ୍ଲକ ସଦରରୁ ୧୦ କି.ମି. ଦୂରେ ରହିଛେ କେନ୍ଦୁପାଟି ଗଁା। ଇ ଗଁାର କେତୁ ଷଣ୍ଢ ଝନେ ନିହାତି ଗରିବ୍‌ ଲୋକ୍‌, କୁଲିମଜୁରି କରି ସେ କୁଟୁମ ପୁଷୁଛନ୍‌। ଘରଦୁଆର ଅଭାବୁ ସେ ଗୁଟେ ଝାଟିମାଟିର କୁରିଆରେ ରହୁଛନ୍‌। ଏନ୍‌ତାଥି କେତୁ ହୀରାଦେଈକଁର ଉଚ ଚିକିଛା କରାବାକେ ସକ୍ଷମ ନୁହଁନ୍‌। ଏହେଦେ ଇ ଦମ୍ପତି ବଏସ୍‌ ଅଧ୍‌କା ହେବାର ଲାଗି କାମ୍‌ବୁତା କରି ନାଇଁ ପାରବାର। ଫିମାସ ମିଲୁଥିବାର ବୁଢ଼ାବୁଢ଼ି ଭତା ଆର ୧୦ କେ.ଜି. ଚାଉଲରେ ଯଥରକଥର ମାସେ ଚଲୁଛନ୍‌। ଏନ୍‌ତାଥି ହୀରାଦେଈକଁର ଚିକିଛା ତ ଦୂରର କଥା ଦୁଇବେଲା ଦୁଇମୁଠା ଖାଏବାରଟା ଯୁଟାବାକେ ଦମ୍ପତିକେ ଯୁଝବାକେ ପଡ଼ୁଛେ। ଇଆଡ଼େ ହୀରାଦେଈକଁର ଦୁଇ ହାତଗୋଡ଼ ବଁକା ହେଇଯିବାର ଲାଗି ସେ ଚାଲବୁଲ କରି ନାଇଁ ପାରବାର। ସବୁବେଲେ ଖଟେ ପଡ଼ି ରହିଛନ୍‌। ଏନ୍‌ତାଥି କେତୁ ତାକର ଗଧାମଖା, ଖାନାପିନା, ଝାଡ଼ାଝପଟ କଥା ବୁଝୁଛନ୍‌। ଇ ଦୁଖି ବୁରୁଧ୍‌ ଦମ୍ପତି ଉପରେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ବିଜୁ ପକ୍କାଘର ଯୋଜନାରେ ସାମିଲ କରବାର ସଂଗେ ହୀରାଦେଈକୁଁ ଚିକିଛା ସୁବିଧା ଯୁଗେଇ ଦେବାକେ କେନ୍ଦୁପାଟି ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧ୍‌କାରୀ ଗୋପଲକ୍ଷ୍ମୀ ହୋତାକୁଁ ପଚରାଲାରୁ ହୀରାଦେଈକୁଁ ଗୁଟେ ହ୍ବିଲ ଚେୟାର, ଭିନ୍ନକ୍ଷମ ପରମାନପତର ସଂଗେ ଭିନ୍ନକ୍ଷମ ଭତା ବହୁତ ଜଲଦି ଯୁଗେଇ ଦିଆଯିବା ବଲି ସେ କଥା ଦେଇଛନ୍‌। ସେନ୍‌ତା ହୀରାଦେଈକୁଁ ବିଜୁ ପକ୍କାଘର ଆର ମୁଖ୍ୟମନ୍ତ୍ରୀ ରିଲିଫ ପଁାଠିରୁ ଚିକିଛା ସୁବିଧା ଯୁଗେଇ ଦିଆଯିବା ବଲି ସେ କହିଛନ୍‌।