Categories: ଫୁରସତ

ଅଜବ ଆକୃତିର କଫିନ୍‌, ଦେଖିଲେ ପଡ଼ିବେ ଦ୍ୱନ୍ଦ୍ୱରେ

ସାଧାରଣତଃ ମୃତଦେହ ନେବା ପାଇଁ କଫିନ୍‌ଗୁଡ଼ିକ କାଠ କିମ୍ବା କୌଣସି ଧାତୁରେ ତିଆରି ହୋଇଥାଏ। ଯାହା ଦେଖିବାକୁ ଏକ ବାକ୍ସ ସଦୃଶ। ମାତ୍ର ବିଶ୍ୱରେ ଏମିତି ଦେଶ ଅଛି, ଯେଉଁଠି କଫିନ୍‌ଗୁଡ଼ିକ ବିଭିନ୍ନ ଆକୃତିର ହୋଇଥାଏ। ଉଡ଼ାଜାହାଜ, ମାଛ, ସାପ, ଜୋତା, କାର, କୌଣସି ପନିପରିବା ଆକୃତିର କଫିନ୍‌ ତିଆରି କରାଯାଇଥାଏ। ଯାହାକୁ ଦେଖିଲେ ଭ୍ରମରେ ପଡ଼ିଯିବେ। ଜାଣନ୍ତୁ ଏ ସମ୍ପର୍କରେ…

ପଶ୍ଚିମ ଆଫ୍ରିକାସ୍ଥିତ ଘାନା ଅଜବ ଗଜବ କଫିନ୍‌କୁ ନେଇ ବେଶ୍‌ ଜଣାଶୁଣା। ଏଠାରେ ମୃତ୍ୟୁ ଘଟୁଥିବା ଲୋକଙ୍କ ଆଭିଜାତ୍ୟ ଏବଂ କୌଳିକୁ ବୃତ୍ତିକୁ ନଜରରେ ରଖି କଫିନ୍‌ ତିଆରି କରାଯାଇଥାଏ।

ଘାନାରେ ମତ୍ସ୍ୟଜୀବୀଙ୍କ ମୃତଦେହ ମାଛ ଆକୃତିର କଫିନ୍‌ରେ ନିଆଯାଉଥିବା ବେଳେ ବ୍ୟବସାୟୀଙ୍କ ମୃତଦେହ ବିଳାସପୂର୍ଣ୍ଣ କାର୍‌ ସଦୃଶ କଫିନ୍‌ରେ ନିଆଯାଇଥାଏ।

ବିବିସି ଖବର ମୁତାବକ, ଉଡ଼ାଜାହାଜ ପରି କଫିନ୍‌ରେ ବଢ଼େଇଙ୍କ ମୃତଦେହ ଯାଇଥାଏ। ଏପରି କଫିନ୍‌ ୧୯୫୧ରେ ଘାନାର ଦୁଇଭାଇ ତିଆରି କରିଥିଲେ। କାରଣ ତାଙ୍କ ମାଆଙ୍କ ଇଚ୍ଛା ଥିଲା ସେ ଉଡ଼ାଜାହାଜରେ ବସି ବୁଲିବେ। ତେଣୁ ତାଙ୍କ ଶେଷ ଇଚ୍ଛାକୁ ପୂରଣ କରିବାକୁ ଦୁଇଭାଇ ଉଡାଜାହାଜ ଆକୃତିର କଫିନ୍‌ରେ ମୃତଦେହ ଶ୍ମଶାନକୁ ନେଇଥିଲେ।

ଘାନା ବ୍ୟତୀତ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ପନିପରିବା ଆକୃତିର କଫିନ୍‌ରେ ମୃତଦେହକୁ ଶ୍ମଶାନ ନେବାକୁ ପଡ଼ିଥାଏ।

Share