ଅଜବ କୁସ୍ତି ପ୍ରତିଯୋଗିତା

ଚାଇନାର ଚୋଙ୍ଗକିଙ୍ଗ ସହରରେ ଅନୁଷ୍ଠିତ ହେଉଥିବା କୁସ୍ତି ପ୍ରତିଯୋଗିତା ବିଷୟରେ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। କାରଣ କୁସ୍ତି ସାଧାରଣତଃ ଦୁଇ ଯୋଦ୍ଧାଙ୍କ ଭିତରେ ହେଉଥିବା ବେଳେ ଏଠାରେ ହେଉଥିବା କୁସ୍ତି ୨ ବ୍ୟକ୍ତିଙ୍କ ଆଙ୍ଗୁଠି ମଧ୍ୟରେ ହୋଇଥାଏ। ବହୁ ପୂର୍ବରୁ ଏହି ପ୍ରତିଯୋଗିତା ସେଠାରେ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଉଭୟ ପୁରୁଷ ଓ ନାରୀମାନେ ଭାଗ ନେଇଥାଆନ୍ତି। ପ୍ଲାଷ୍ଟିକରେ ଏକ ପାଦ ତିଆରି କରି ପାଣି ଭିତରେ ରଖାଯାଇଥାଏ। ସେଥିରେ ଦୁଇଜଣ ପ୍ରତିଯୋଗୀ ବିପରିତ ଭାବେ ବସିଥାଆନ୍ତି। ଏହି ପ୍ଲାଷ୍ଟିକ ପାଦ ମଧ୍ୟରେ ପ୍ରତିଯୋଗୀ ସେମାନଙ୍କ ଗୋଡ ଆଙ୍ଗୁଠି ମାଧ୍ୟମରେ କୁସ୍ତି କରିଥାଆନ୍ତି। ଯେଉଁ ପ୍ରତିଯୋଗୀ ଅନ୍ୟର ପାଦକୁ ପାଣିରୁ ଉପରକୁ ଉଠାଇ ଦେଇଥାନ୍ତି ସେ ବିଜୟୀ ଘୋଷିତ ହୋଇ ଥାଆନ୍ତି। ଗତବର୍ଷ ଏହି ପ୍ରତିଯୋଗିତାରେ ୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ବିଜୟୀ ପ୍ରତିଯୋଗୀ ଓ୍ବାଟର ପାର୍କର ମଜାନେବା ପାଇଁ ମାଗଣାରେ ସବୁ ବ୍ୟବସ୍ଥା କରାଯାଇଥିଲା।

Share