ଅଜବ ଢଙ୍ଗରେ ଗର୍ଲଫ୍ରେଣ୍ଡ୍‌କୁ ପ୍ରପୋଜ କଲେ ଏହି ଯୁବକ

ନିଆରା ଢଙ୍ଗରେ ପ୍ରେମିକମାନେ ନିଜ ପ୍ରେମିକାଙ୍କୁ ପ୍ରପୋଜ୍‌ କରିଥିବାର ଦେଖିଥିବେ, କିନ୍ତୁ ଇଂଲଣ୍ଡର ଜଣେ ଯୁବକ ଛାତିରେ ଟାଟୁ କରି ନିଜ ଗର୍ଲଫ୍ରେଣ୍ଡକୁ ପ୍ରମୋଜ୍‌ କରିଛନ୍ତି। ଯୁବକ ଜଣଙ୍କ ଛାତିରେ ତୁମେ ମୋତେ ବିବାହ କରିବ କି? ହଁ କି ନାଁ ବୋଲି ଲେଖିଥିଲେ ଛାଡିଦେଇଥିଲେ। ତାଙ୍କ ପ୍ରେମିକା ପ୍ରଥମେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସେ ବିବାହ ପାଇଁ ହଁ ମାରିବା ପରେ ଉକ୍ତ ଯୁବକ ଜଣଙ୍କ ଶେଷରେ ନିଜ ଟାଟୁ ପୂରା କରିଥିଲେ। ଗଡ୍ସ ଅଫ୍‌ ଇଙ୍କ୍‌ ଟାଟୁ ଷ୍ଟୁଡିଓର କର୍ମଚାରୀମାନେ ଯୁବକଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏଭଳି ପ୍ରପୋଜ ଆଗରୁ ଦେଖି ନ ଥିବା ସେମାନେ ମତ ଦେଇଛନ୍ତି। ନିଜ ପ୍ରେମିକାଙ୍କୁ ଖୁସି କରିବା ପାଇଁ ଏଭଳି ଟାଟୁ କରିଥିବା ଯୁବକ ଜଣଙ୍କ କହିଛନ୍ତି।

Share