Categories: ଫୁରସତ

ଅଜବ ନିଶା : ସାପ ପରେ ଏବେ ଡ୍ରାଗନ୍‌ ହେବା ଲକ୍ଷ୍ୟ, ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ସରୀସୃପ ପାଲଟିବେ ଏହି ବ୍ୟକ୍ତି

ଭଗବାନଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ଜୀବ। ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ମଣିଷ ଚାହିଁଥାନ୍ତି। ଖାସ୍‌କରି କିଛି ଲୋକ ବିୟୁଟିସିଆନ୍‌ଙ୍କ ପାଖକୁ ମଧ୍ୟ ଯାଇଥାନ୍ତି। ହେଲେ ଆଜିର ସମୟରେ କେହି ଜୀବଜନ୍ତୁଙ୍କ ପରି ଦେଖାଯିବାକୁ ଇଚ୍ଛା କରିବେ? ହୁଏତ ନା। କିନ୍ତୁ ଆମେରିକାରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ନିଜର ସୁନ୍ଦର ଚେହେରା ଅପରେଶନ କରାଇ ଜୀବଜନ୍ତୁଙ୍କ ପରି କେମିତି ଦେଖାଯିବେ ସେଇ ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି। ପ୍ରଥମେ ନାକ, କାନ କାଟି ଦେହକୁ ଚିତ୍ର ବିଚିତ୍ର କରି ସାପ ରୂପରେ ସଜେଇ ହୋଇଥିଲେ। ଏବେ ଡ୍ରାଗନ ପରି ଦେଖାଯିବାକୁ ସଂକଳ୍ପ ନେଇଛନ୍ତି। ଏମିତି ଅଜବ ଚିନ୍ତାଧାରାର ବ୍ୟକ୍ତି ହେଉଛନ୍ତି ପୁରୁଷରୁ ମହିଳା ହୋଇଥିବା କିନ୍ନର ଇବା ମେଡୁସା। ଟେକ୍ସାସ୍‌ରେ ରହୁଥିବା ଇବା ସବୁବେଳେ ନିଜର ବିଚିତ୍ର ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କ ସମ୍ପୂର୍ଣ୍ଣ ଶରୀରରେ ଟାଟୁ କରିଛନ୍ତିି। ଜିଭ ଅପରେଶନ କରାଇବା ସହ ମୁଣ୍ଡରେ ଶିଙ୍ଘ ଲଗାଇଛନ୍ତି। ଏଥିପାଇଁ ତାଙ୍କୁ ବହୁତ କଷ୍ଟ ହୋଇଥିବା କହିଛନ୍ତି। ଅପରେଶନ ପରେ ଏପରି ରୂପ ଦେଖି ସେ ବହୁତ ଖୁସି ବୋଲି କୁହନ୍ତି। ଇବା ବର୍ତ୍ତମାନ ତାଙ୍କର ପ୍ରାଇଭେଟ ଅଙ୍ଗକୁ ହଟାଇ ଦେଇଛନ୍ତି। ସରୀସୃପ ହେବା ଲକ୍ଷ୍ୟରେ ଏପରି କରିଥିବା ପ୍ରକାଶ। ଏହି ଅପରେଶନରେ ସେ ୭୫ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୫୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ଇବା ସମ୍ପୂର୍ଣ୍ଣ ସରୀସୃପ ରୂପୀ ମାନବ ହୋଇଯିବେ।

Share