ଅଜବ ନେଲ୍‌ ଆର୍ଟ

ଆଜିକାଲି ନେଲ୍‌ଆର୍ଟ ଫ୍ୟାଶନ୍‌ ବେଶ୍‌ ଜୋର୍‌ ଧରିଛି। ଯୁବତୀମାନେ ନାନା ପ୍ରକାରର ନେଲ୍‌ ଆର୍ଟ କରି ଟ୍ରେଣ୍ଡି ଲୁକ୍‌ ପାଉଛନ୍ତି। ତେବେ ଏମିତି ବି କିଛି ନେଲ୍‌ ଆର୍ଟ ଅଛି, ଯାହା ଦେଖିବାକୁ ଭଲ ଓ ମଜାଦାର ଲାଗିପାରେ। ହେଲେ ଏହାକୁ ନିଜେ ଆପଣେଇବା ସମ୍ଭବ ନୁହେଁ। କାରଣ ଏସବୁ ବେଶ୍‌ ଅଜବ….

ବର୍ଥଡେ’ ନେଲ୍ସ- ବିଭିନ୍ନ ପ୍ରକାରର ନେଲ୍‌ ଆର୍ଟ ଦେଖିଥିବେ ହେଲେ ଏମିତି ଆର୍ଟ କେବେ ଦେଖି ନ ଥିବେ। ଏହି ନେଲ୍‌ ଆର୍ଟ ଯେତିକି ସୁନ୍ଦର ସେତିକି ବିପଜ୍ଜନକ ବି ଲାଗେ। ସୁନ୍ଦର ଭାବେ ସଜ୍ଜିତ ନଖରେ ସତସତିକା କ୍ୟାଣ୍ଡେଲ ଲାଗିଥାଏ। ଆଉ ତାକୁ ଜଳାଇ ବି ହୁଏ।

ପିୟର୍ସଡ୍‌ ନେଲ୍ସ- ଏହି ନେଲ୍‌ ଆର୍ଟ ବେଶ୍‌ ଟ୍ରେଣ୍ଡି। ଏଥିରେ ନଖରେ କଣା ବା ପିୟର୍ସିଂ କରି ଛୋଟ ରିଙ୍ଗ ପିନ୍ଧାଯାଏ।

କମ୍ବ ନେଲ୍‌- ଏହି ନେଲ୍‌ ଡିଜାଇନ୍‌ ଏମିତି ଯେ, ଏଥିରେ ଆପଣ ଛୋଟ ପିଲାର ମୁଣ୍ଡ କୁଣ୍ଡାଇପାରିବେ। କାରଣ ଏହା ପାନିଆ ଭଳି ଡିଜାଇନ୍‌ର ହୋଇଥାଏ। ଏହା ଦେଖିବାକୁ ବେଶ୍‌ କୌତୂହଳମୟ ଲାଗେ।

ନିଜ ଛବିଥିବା ନେଲ୍‌ ଆର୍ଟ- ଏହି ନେଲ୍‌ ଡିଜାଇନ୍‌ରେ, ନିଜ ମୁହଁର ଛବି ଥିବା ସହ ସେଥିରେ କେଶ ବି ଲଗାଯାଇଥାଏ। ଯେମିତିକି ତାହା ବାସ୍ତବ ଲାଗିବ।

ବ୍ଲିଙ୍କିଙ୍ଗ ଆଇ ନେଲ୍‌- ଏହି ନେଲ୍‌ରେ ସତ ସତିକା ଆଖି ପରି ଡିଜାଇନ୍‌ କରାଯାଇଥାଏ। ସେହି ଆଖିର ପତା ଖୋଲି ଓ ବନ୍ଦ ବି କରିହୁଏ।

କଲର୍‌ ପେନସିଲ୍‌ ନେଲ୍‌- କଲର୍‌ ପେନ୍‌ସିଲ ପରି ଦେଖିବାକୁ ଅଟେ ଏହି ନେଲ୍‌ ଡିଜାଇନ୍‌। ଆଉ ଏକ କୌତୂହଳର କଥା ହେଉଛି ଯେ, ସେହି ପେନ୍‌ସିଲ୍‌ରେ କଲର୍‌ ବି କରିହେବ।

କର୍କ ସ୍କ୍ରୁ ନେଲ୍‌ସ-ସ୍ପ୍ରିଙ୍ଗ୍‌ ପରି ମୋଡି ମୋଡି ହୋଇ ରହୁଥିବା ଏହି ନେଲ୍‌ ଡିଜାଇନ୍‌ ବେଶ୍‌ ଅଜବ ଲାଗେ।
ବଟାନିକାଲ ନେଲ୍‌- ଏଥିରେ ସତସତିକା ଡାଳ, ଫୁଲରେ ନଖକୁ ଡିଜାଇନ୍‌ କରାଯାଇଥାଏ, ଯାହାକି ଦେଖିବାକୁ ବେଶ୍‌ ଆକର୍ଷକ ଲାଗେ।

କର୍କ ବୋର୍ଡ ନେଲ୍‌ସ- ସ୍କୁଲ, ଅଫିସ୍‌ର କାନ୍ଥରେ କର୍କ ବୋର୍ଡ ଲାଗିଥାଏ। ଯେଉଁଥିରେ ବିଶେଷ ଦିନଗୁଡ଼ିକ କାଗଜରେ ଲେଖି ପିନ୍‌ରେ ଲଖାଯାଇଥାଏ। ସେହିଭଳି କର୍କବୋର୍ଡର ଡିଜାଇନ୍‌ ଏବେ ନଖରେ ବି କରାଯାଉଛି।

କଟଲେରୀ ନେଲ୍ସ- ଏହି ନେଲ୍‌ ଡିଜାଇନ୍‌ରେ ନଖରେ କରାଯାଇଥାଏ ଫର୍କ ବା କଣ୍ଟା ଚାମଚ ଓ ଚାମଚର ଡିଜାଇନ୍‌। ଦେଖିବାକୁ ଏହା ବେଶ୍‌ ଅଜବ ଲାଗେ।

ଲେଗୋ ନେଲ୍ସ- ଏହି ନେଲ୍‌ ଡିଜାଇନ୍‌ ପିଲାଦିନ କଥା ମନେ ପକାଇଦେବ। ଛୋଟବେଳେ ଲେଗୋକୁ ଜଏଣ୍ଟ କରି ବିଭିନ୍ନ ଜିନିଷ ତିଆରି କରୁ। ନଖରେ ସେହି ଲେଗୋର ଡିଜାଇନ୍‌ ବେଶ୍‌ କୌତୂହଳମୟ ଲାଗିଥାଏ।

ହେୟାରି ନେଲ୍‌ସ- ନଖରେ ଏହି ଡିଜାଇନ୍‌ ବୋଧହୁଏ ନଖକୁ ଶୀତଦିନେ ଥଣ୍ଡାରୁ ରକ୍ଷା କରିବା ପାଇଁ ହୋଇଛି। କାରଣ ଉକ୍ତ ଡିଜାଇନ୍‌ରେ ନଖରେ କେଶ ଲଗାଯାଇଥାଏ। ତେବେ ଏହାର କାରଣ ଯାହା ହେଉ ନା କାହିଁକି ଦେଖିବାକୁ ବେଶ୍‌ ମଜାଦାର ଲାଗେ।