Categories: ଫୁରସତ

ଅଜବ ପରମ୍ପରା: ଯେଉଁଠି ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କରାଯାଏ ହତ୍ୟା

ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ରହିଛି। ତନ୍ମଧ୍ୟରୁ କିଛି ପରମ୍ପରା ସମ୍ପର୍କରେ ଶୁଣିଲେ ଦେହମନ ଶିହରି ଉଠେ। ତଥାପି ପରମ୍ପରାକୁ ପାଳନ କରୁଥିବା ଲୋକେ ତାକୁ ସମ୍ମାନ ଦେଇଥାନ୍ତି। ଏଭଳି ଏକ ପରମ୍ପରା ରହିଛି ଦକ୍ଷିଣ ଭାରତର ତାମିଲନାଡୁରେ। ଏଠାରେ ‘ଠଲାଈକୁଠଲ୍‌’ ନାମକ ଏକ ଅଜବ ପରମ୍ପରା ପାଳନ କରାଯାଏ। ହୁଏତ ଏହି ପରମ୍ପରା ସମ୍ପର୍କରେ ଅନେକ ଅଜ୍ଞ ଥିବେ। କିନ୍ତୁ ଏହାକୁ ଲୁଚାଛପା ପାଳନ କରାଯାଏ। ପରମ୍ପରା ଅନୁସାରେ, ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତି ବା ବୃଦ୍ଧଙ୍କୁ ହତ୍ୟା କରାଯାଏ। ପୋଲିସ୍‌ ପ୍ରଶାସନ ପକ୍ଷରୁ ଏହାକୁ ନିଷେଧ ଘୋଷଣା କରାଯାଇଥିଲେ ମଧ୍ୟ ଲୁଚାଣିଆ ଆଜି ବି ଏହି ଭୟାନକ ପ୍ରଥାକୁ ପାଳନ କରାଯାଉଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ହତ୍ୟା ଗ୍ରାମବାସୀଙ୍କ ସମ୍ମୁଖରେ ହୋଇଥାଏ। କେହି ହେଲେ ଏହା ବିରୋଧରେ ସ୍ବର ଉତ୍ତୋଳନ କରନ୍ତି ନାହଁି। କାରଣ ହତ୍ୟାର ଶିକାର ହେଉଥିବା ବ୍ୟକ୍ତି ନିଜେ ନିଜ ମୃତ୍ୟୁ ପାଇଁ ଭିକ ମାଗିଥାନ୍ତି। ଯେତେବେଳେ ସେମାନେ ଅନୁଭବ କରନ୍ତି, ପରିବାର ଉପରେ ବୋଝ ହେଉଛନ୍ତି ସେତେବେଳେ ଏଭଳି ନିଷ୍ପତ୍ତି ନିଆଯାଏ।

Share