Categories: ଫୁରସତ

ଅଜବ ପରମ୍ପରା: ଯେଉଁଠି ଭୂତ ବେଶ ଧାରଣ କରନ୍ତି ଲୋକେ

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ସେହିପରି ମେକ୍ସିକୋରେ ପ୍ରତିବର୍ଷ ଏକ ନିଆରା ପର୍ବ ପାଳିତ ହୋଇଥାଏ। ଏହି ପର୍ବର ନାମ ‘ଡେ ଅଫ୍‌ ଦି ଡେଡ୍‌’। ଏହି ଅବସରରେ ଲୋକମାନେ ଭୂତ ଏବଂ କଙ୍କାଳପରି ଦେଖାଯାଉଥିବା ପୋଷାକ ପିନ୍ଧି ଘରୁ ବାହାରକୁ ବାହାରିଥାନ୍ତି। ଦୁଇ ହଜାର ବର୍ଷ ପୂରୁଣା ଏହି ପର୍ବ ୨ ଦିନଧରି ପାଳନ କରାଯାଏ। ମାନ୍ୟତା ଅନୁସାରେ ପୂର୍ବ ପୁରୁଷଙ୍କ ଆତ୍ମା ୨ ଦିନ ପାଇଁ ପରିବାର ସହ ରହିବାକୁ ଆସିଥାନ୍ତି । ସେଥିପାଇଁ ସେଠାକାର ଲୋକେ ଏହି ପର୍ବ ପାଳନ କରିଥାନ୍ତି। ଏହି ଅବସରରେ ସହରରେ ‘କଟ୍ରିନା’ ନାମକ ଏକ ପରେଡ୍‌ ଶୋ’ର ଆୟୋଜନ କରାଯାଏ। ଏଥିରେ ଲୋକମାନେ କଙ୍କାଳପରି ବେଶଭୂଷାରେ ଆଭୂଷିତ ହୋଇ ସେଥିରେ ସାମିଲ ହୋଇଥାନ୍ତି।

Share