କାନପୁର,୧୦।୯: ଉତ୍ତରପ୍ରଦେଶ ବିଲହୋରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳକର ଶରୀରର କେତୋଟି ମୁଖ୍ୟ ଅଙ୍ଗ ନିର୍ଦ୍ଧିଷ୍ଟ ସ୍ଥାନରେ ନ ଥାଇ ବିପରୀତ ସ୍ଥାନରେ ଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ଡାକ୍ତର ଓ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି। ସୂଚନାଯୋଗ୍ୟ, ବିଲହୋରର ବିରହାନା କକଓ୍ବନ ରୋଡରେ ରହୁଥିବା ଡ୍ରାଇଭର ଦୀପୁ ପ୍ରଜାପତିଙ୍କ ୧୬ ବର୍ଷୀୟ ପୁଅ ନିଖିଲ କୁମାରଙ୍କ ଶରୀରରେ ଏଭଳି ଦୁର୍ଲଭ ଘଟଣା ଦେଖିବାକୁ ମିଳିଛି। ନିଖିଳଙ୍କୁ ସ୍ବାସ ଓ ସାଇନସ୍ ଜନିତ ସମସ୍ୟା ହେବାରୁ ତାଙ୍କ ଜେଜେବାପା ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କର ହୃତ୍ପିଣ୍ଡରେ ହାତ ରଖିବା ପରେ ଚମକି ପଡ଼ିଥିଲେ। ଏହାପରେ ପରୀକ୍ଷା ନିରୀକ୍ଷା କରାଯିବା ପରେ ନିଖିଳଙ୍କ ହୃତପିଣ୍ଡ, ପାକସ୍ଥଳୀ, ଯକୃତ ଓ ସ୍ପ୍ଲିନ୍ ବାମ ପାର୍ଶ୍ୱ ବଦଳରେ ଡାହାଣ ପାର୍ଶ୍ୱରେ ରହିଥିବା ଜଣାପଡ଼ିଥିଲା। ସେହିପରି ନିଖିଳଙ୍କ ମାତ୍ର ଗୋଟିଏ ଅଣ୍ଡକୋଷ ରହିଛି। ଏନେଇ ପରିବାର ଲୋକ ଜାଣି ନ ଥିବା ବେଳେ ଡାକ୍ତରଙ୍କ ପରୀକ୍ଷା ପରେ ଜଣାପଡ଼ିଥିଲା। ଖୁବ୍ କମ୍ ଲୋକଙ୍କ ମଧ୍ୟରେ ଏହି ପରିବର୍ତ୍ତନ ଦେଖାଦେଇଥାଏ ବୋଲି ଡାକ୍ତର କହିଛନ୍ତି।