Categories: ଫୁରସତ

ଅଜବ ରେଷ୍ଟୁରାଣ୍ଟ: ଯେଉଁଠି ମିଳେ ଆଲିଆ ଭାତ, ସଲମାନ ପାନ

ଘରୋଇ ଖାଦ୍ୟ ଖାଇଖାଇ ଯେତେବେଳେ ବିରକ୍ତି ଲାଗେ ଲୋକେ ରେଷ୍ଟୁରାଣ୍ଟ ଯାଇ କିଛି ସ୍ବାଦିଷ୍ଟ ଭୋଜନ ପାଇଁ ଇଚ୍ଛା କରିଥାନ୍ତି। ଯେତେ ବ୍ୟୟବହୁଳ ହୋଇଥିଲେ ମଧ୍ୟ ଖାତିର ନ କରି ପହଞ୍ଚି ଯାଆନ୍ତି ରେଷ୍ଟୁରାଣ୍ଟରେ। ସେଠାରେ ଜିରା ରାଇସ୍‌, ବିରିୟାନି, ପଲଉ ଠାରୁ ଆରମ୍ଭ କରି ଚିକେନ୍‌, ମଟନ, ମାଛ, ପନୀର ଟିକା,ଚିଲି ମଶ୍ରୁମ୍‌, ଚିଲି କୋବି କେତେ କ’ଣ ନାମରେ ଖାଦ୍ୟ ରହିଥାଏ। ମେନୁ ଦେଖି ପସନ୍ଦ ଅନୁସାରେ ଖାଦ୍ୟ ଅର୍ଡର କରାଯାଏ। କିନ୍ତୁ କେବେ ଏମିତି ରେଷ୍ଟୁରାଷ୍ଟ ଯାଇଛନ୍ତି, ଯେଉଁଠି ବଲିଉଡ୍‌ର ଫିଲ୍ମ ଆଉ ଅଭିନେତ୍ରୀ, ଅଭିନେତାଙ୍କ ନାମରେ ଖାଦ୍ୟ ପରଷା ଯାଇଥାଏ। ଯଦି ନା ଆସନ୍ତୁ ଜାଣିବା ଏହି ରେଷ୍ଟୁରାଣ୍ଟ ବିଷୟରେ…


ଏପରି ଅଜବ ରେଷ୍ଟୁରାଣ୍ଟ ରହିଛି ମୁମ୍ବାଇରେ। ଯାହାର ନାମ ‘ହିଚ୍‌କୀ’। କହିରଖୁଛୁ, ହିଚ୍‌କୀ ରାନୀ ମୁଖାର୍ଜୀଙ୍କ ଅଭିନୀତ ଏକ ଫିଲ୍ମର ନାମ। ଖାଲି ଏତିକି ନୁହେଁ, ଏହି ରେଷ୍ଟୁରାଣ୍ଟରେ ଶାହାରୁଖ ଖାଁ ଭାତ, ଆଲିଆ ଭାତ, ସଲମାନ୍‌ ପାନ, କ୍ୟାଟ୍ରିନା ସାଲାଡ୍‌, ଅନୁପମ୍‌ ଖିରି, ପରିଣୀତି ବଟର ମସଲା, ପ୍ରିୟଙ୍କା ଚଟ୍‌ନି, ଚିକ୍‌ନା ରଣାଓ୍ବତ୍‌ ମସଲା ସହିତ ‘ତେରେ ମେରେ ବିଚ୍‌ ମେ’, ‘କିତ୍‌ନେ ଆଲୁ ଥେ’ ‘ଗୋଗୋ ତୁସି ଗ୍ରେଟ୍‌ ହୋ’ ‘ଔର୍‌ କବାବ୍‌ ମେ ହଡ୍‌ଡି’ ପରି ଖାଦ୍ୟର ନାଁ ରହିଛି।

ଏହି ରେଷ୍ଟୁରାଣ୍ଟକୁ ଅର୍ଜୁନ ରାଜ୍‌ ଚଳାଉଛନ୍ତି। ସେ କୁହନ୍ତି, ଆମର ଏହି ‘ହିଚ୍‌କୀ’ରେ ପୂରା ବଲିଉଡ୍‌ ରହିଛି। ଏଠାକୁ ଆସିଲେ ବଲିଉଡ୍‌ର ପୁରୁଣା ସ୍ମୃତି ପୁଣି ତାଜା ହୋଇଉଠିବ।

Share