Categories: ଫୁରସତ

ଅଜବ ସ୍ଥାପତ୍ୟର ପାର୍କ

ନ୍ୟୁୟର୍କ, ସାଉଥ୍‌ ଡକୋଟାରେ ଅଛି ଏକ ଅଜବ ପାର୍କ। ଅନେକ ସ୍ଥାପତ୍ୟ ଭରି ରହିଛି ଏହି ପାର୍କରେ। ଆଉ ସମସ୍ତ ସ୍ଥାପତ୍ୟ ଭିନ୍ନ ଓ ବେଶ୍‌ ବିଚିତ୍ର। କାରଣ ଏସବୁ ତିଆରି ହୋଇଛି ସ୍କ୍ରାପ୍‌ ମେଟାଲ୍‌, ପୁରୁଣା ଚାଷ ଉପକରଣ ଓ ରେଲ୍‌ରୋଡ ଟାଇପ୍ଲେଟ୍‌ରେ। ଅଧିକାଂଶ ସ୍ଥାପତ୍ୟ ଇଣ୍ଡଷ୍ଟ୍ରିଆଲ୍‌ ଆର୍ଟ ଶୈଳୀରେ ନିର୍ମିତ। ପାର୍କର ସବୁଠାରୁ ବଡ଼ ସ୍ଥାପତ୍ୟ ୬୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ, ଯାହାକୁ ତିଆରି କରିବା ପାଇଁ ୩ ବର୍ଷ ସମୟ ଲାଗିଥିଲା। ୨୫ ଟନ୍‌ ହେଉଛି ଏହାର ଓଜନ। ତେବେ ଖାସ୍‌ କଥା ହେଲା ଉକ୍ତ ପାର୍କ ହାଇଓ୍ବେ ପାର୍ଶ୍ୱରେ ଅଛି। ତେଣୁ ଏହା ଏକ ସ୍ବତନ୍ତ୍ର ରୋଡସାଇଡ୍‌ ଆକର୍ଷଣ ଅଟେ। ୧୦ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ପାର୍କରେ ନାରୀ, ପୁରୁଷ, ମାଛ, ଡ୍ରାଗନ୍‌, ପକ୍ଷୀ, ପ୍ରଜାପତି ଭଳି ୫୦ରୁ ଊର୍ଦ୍ଧ୍ୱ ଅଜବ ସ୍ଥାପତ୍ୟ ରହିଛି।

Share