Categories: ଜାତୀୟ

ଅଜିତଙ୍କୁ ମିଳିପାରେ ଉପମୁଖ୍ୟମନ୍ତ୍ରୀ ପଦ

ମୁମ୍ବାଇ, ୨୯।୧୧ :ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ୬ ମନ୍ତ୍ରୀ ଶପଥ ନେଇଥିବାବେଳେ ତାଙ୍କ ପାଳି ପଡ଼ି ନ ଥିଲା। ଭାଜପା ନେତୃତ୍ୱାଧୀନ ସରକାରରେ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଦୁଇଦିନ ତଳେ ସେ ଇସ୍ତଫା ଦେଇ ନିଜ ଦଳକୁ ଫେରିଥିଲେ। ଏନ୍‌ସିପିରେ ଜୟନ୍ତ ପାଟିଲ ଏବେ ବିଧାୟକ ଦଳ ନେତା ଥିବାରୁ ସେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି।

Share