Categories: ଜାତୀୟ

‘ଅଜିତ୍‌ ବିଶ୍ୱାସଘାତକତା କରିଛନ୍ତି’

ନୂଆଦିଲ୍ଲୀ, ୨୪ା୧୧(ପି.ଟି.) : କଂଗ୍ରେସ ଓ ଏନ୍‌ସିପିକୁ ନେଇ ସରକାର ଗଠନ କରିବା ଲାଗି ଶିବସେନା ଚଳାଇଥିବା ପ୍ରୟାସ ଫସର ଫାଟିିଛି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଉଦ୍ଧବଙ୍କ ମୁଖ୍ୟମନ୍ତ୍ରିତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ହେବ ବୋଲି କହିବାର କିଛି ଘଣ୍ଟା ପରେ ତାଙ୍କ ପୁତୁରା ତଥା ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ଦଳୀୟ ନେତାଙ୍କ ସହ ଭାଜପାକୁ ସମର୍ଥନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ରାଜନୈତିକ ପଟ ପରିବର୍ତ୍ତନକୁ ନେଇ ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ ସମାଲୋଚନା କରିଛନ୍ତି। ଅଜିତ୍‌ ମହାରାଷ୍ଟ୍ରବାସୀଙ୍କ ସହ ବିଶ୍ୱାସଘାତକତା କରି ପଛଆଡ଼ୁ ଛୁରି ଭୁସିବା ଭଳି କାର୍ଯ୍ୟ କରିଛନ୍ତି ବୋଲି ଶନିବାର ସେ ପ୍ରକାଶ କରିଛନ୍ତି। ଶୁକ୍ରବାର ରାତିରେ ଆଲୋଚନା ବେଳେ ଅଜିତ୍‌ କାହା ସହ ଠିକ୍‌ ଭାବେ ଆଖି ମିଳାଉ ନ ଥିଲେ ଓ ତାଙ୍କ ବ୍ୟବହାର ଠିକ୍‌ ନ ଥିଲା। ହଠାତ୍‌ ସେ ବୈଠକରୁ ଚାଲିଯିବା ସନ୍ଦେହ ସୃଷ୍ଟିକରିଥିଲା ବୋଲି ରାଉତ୍‌ ଅଭିଯୋଗ କରିଛନ୍ତି। ସେପଟେ ଅଜିତ୍‌ ଭାଜପାକୁ ସମର୍ଥନ କରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ତାଙ୍କ ନିଜସ୍ବ ନିଷ୍ପତ୍ତି ବୋଲି ଶରଦ କହିଛନ୍ତି।

Share