Categories: ଜାତୀୟ

ଅଜିତ ପାଓ୍ବାର ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୯।୧୨: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସୋମବାର ହେବାର ଯୋଜନା ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ। ଏହାସହ ତାଙ୍କ ହାତକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯିବାର ସମ୍ଭାବନା ମଧ୍ୟ ରହିଛି। ସେହିପରି ଧନଞ୍ଜୟ ମୁଣ୍ଡେଙ୍କୁ ଅର୍ଥ, ଛଗନ ଭୂଜବଳଙ୍କୁ ଗ୍ରାମ୍ୟ ବିକାଶ ବିଭାଗ ମିଳିପାରେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ବହୁ ବାଦବିବାଦ ପରେ ମହାରାଷ୍ଟ୍ର ଶିବସେନା ମେଣ୍ଟ ସରକାର ଗଠନ କରିବା ସହ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ।

Share