Categories: ଜାତୀୟ

ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ, ୨୫ା୧୨: ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ପୁତୁରା ଅଜିତ୍‌ ଆଗାମୀ ୩୦ରେ ଶପଥଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସମସ୍ତଙ୍କୁ ଚମକାଇ ଦେବେନ୍ଦ୍ର ଫଡ୍‌ନବିସ୍‌ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଥିଲେ। ମାତ୍ର ୮୦ ଘଣ୍ଟା ପରେ ସେ ଭାଜପା ନେତୃତ୍ୱାଧୀନ ସରକାରରୁ ଫେରିଆସି ଶିବସେନା-କଂଗ୍ରେସ-ଏନ୍‌ସିପି ମେଣ୍ଟରେ ଯୋଗ ଦେଇଥିଲେ। ଶିବସେନା ନେତା ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ପ୍ରାୟ ମାସକ ପରେ ଅଜିତ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ମଧ୍ୟରେ ଏନେଇ ଆଲୋଚନା କରାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ। ପ୍ରକାଶଥାଉ କି, ୨୦୧୪ ପୂର୍ବରୁ କଂଗ୍ରେସ-ଏନ୍‌ସିପି ମେଣ୍ଟ ସରକାରରେ ମଧ୍ୟ ଅଜିତ୍‌ ପାଓ୍ବାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

Share