ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ୧୩ ମୃତ

ମିନାଟିଟଲାନ୍‌,୨୧ା୪(ଏଏଫ୍‌ପି): ମେକ୍ସିକୋର ଭେରାକ୍ରୁଜ୍‌ରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିମାଡରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସାଧାରଣ ନିରାପତ୍ତା ସେକ୍ରେଟେରିଏଟ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ଧୁକଧାରୀମାନେ ମିନାଟିଟଲାନ୍‌ସ୍ଥିତ ପରିବାର ପୁନର୍ମିଳନ କେନ୍ଦ୍ରକୁ ଆସି ସ୍ଥାନୀୟ ବାର୍‌ର ମାଲିକ ‘ଏଲ୍‌ ବେକି’ଙ୍କୁ ଦେଖିବାକୁ ଚାହିଁଥିଲେ। ଏହାପରେ ସେମାନେ ଆଖିବୁଝା ଗୁଳିଚାଳନା କରିଥିଲେ। ଏହି ଆକ୍ରମଣରେ ୭ ପୁରୁଷ, ୫ ମହିଳା, ଜଣେ ଶିଶୁ ମୃତ୍ୟୁବରଣ କରିଥିବା ବେଳେ ୪ଜଣ ଆହତ ହୋଇଛନ୍ତି।

Share