Categories: ବାଣିଜ୍ୟ

ଅଜ୍ଞ ଡାକ୍ତରଙ୍କ ହାତରେ ଅର୍ଥବ୍ୟବସ୍ଥା:ଚିଦାମ୍ବରମ

ନୂଆଦିଲ୍ଲୀ,୧୧-୨: ଦେଶର ମାନ୍ଦାବସ୍ଥାକୁ ନେଇ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ସରକାରଙ୍କୁ ସୋମବାର ଟାର୍ଗେଟ କରିଛନ୍ତି। ମାନ୍ଦାବସ୍ଥା ଲାଗି ମୋଦି ସରକାର ଦାୟୀ ବୋଲି ସେ ଆରୋପ ଲଗାଇଛନ୍ତି। ଏବେ ଅର୍ଥ ବ୍ୟବସ୍ଥା ସଙ୍କଟ ସ୍ଥିତିକୁ ଆସିଥିବା ବେଳେ ଏହାକୁ ସମ୍ଭାଳିବାକୁ ଥିବା ଡାକ୍ତର ଏବଂ ବିଶେଷଜ୍ଞ ମାନେ ସମ୍ପୂର୍ଣ୍ଣ ଅଜ୍ଞ ବୋଲି ସେ ମତ ଦେଇଛନ୍ତି। ୨୦୨୦-୨୧ ସାଧାରଣ ବଜେଟ ଆଲୋଚନା ଅବସରରେ ସେ ରାଜ୍ୟସଭାରେ କହିଛନ୍ତି ଯେ, ବରୋଜଗାର ଏବଂ ଚାହିଦା କମିବା ଭଳି ସ୍ଥିତି ଦେଇ ଦେଶ ବର୍ତ୍ତମାନ ଗତି କରୁଛି। ଏଥିଯୋଗୁ ଗରିବି ମଧ୍ୟ ବୃଦ୍ଧି ଘଟୁଛି। ଦେଶ ମଧ୍ୟରେ ଡର ଏବଂ ଅନିଶ୍ଚିତତା ରହିଛି। ଦେଶର ଅର୍ଥ ବ୍ୟବସ୍ଥା ଆଇସିୟୁକୁ ଚାଲି ଯାଇଥିବା ପୂର୍ବତନ ସିଇଏ ଅରବିନ୍ଦ ସୁବ୍ରମଣ୍ୟନ କହିଥିଲେ। ଏହି ଉକ୍ତିକୁ ଉଦ୍ଧାର କରି ଚିଦାମ୍ବରମ କହିଛନ୍ତି ଅର୍ଥ ବ୍ୟବସ୍ଥାକୁ ସରକାର ଆଇସିୟୁ ବାହାରେ ରଖିଛନ୍ତି। ଅର୍ଥ ବ୍ୟବସ୍ଥାକୁ ଦେଖା ରଖା କରିବାକୁ ଥିବା ଡାକ୍ତର ମାନେ ଅଜ୍ଞ ଥିବାରୁ ବିଭିନ୍ନ ସମସ୍ୟା ଉପୁଜିଛି। ବାହାରେ କିଛି ଲୋକ ରହି ସବ୍‌କା ସାଥ୍‌ ସବକା ବିକାଶ ସ୍ଲୋଗାନ ବାଜି କରୁଥିବା ସେ ମତବ୍ୟକ୍ତ କରିଛନ୍ତି।

Share