Posted inଖେଳ

ଅଜୟ,ସୌରଭ, ଲକ୍ଷ୍ୟଙ୍କ ବିଜୟ ଅଭିଯାନ

ନୂଆଦିଲ୍ଲୀ,୩।୭(ପି.ଟି.)- ଭାରତୀୟ ଶଟଲର ଅଜୟ ଜୟରାମ, ସୌରଭ ବର୍ମା ଓ ଲକ୍ଷ୍ୟ ସେନ ଏଠାରେ ଚାଲିଥିବା କାନାଡା ଓପନ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ଜୟରାମ ୨୧-୧୫, ୨୦-୨୨, ୨୧-୧୫ ଗେମ୍‌ରେ ହୁଆଙ୍ଗ ଗୁକ୍ସିଙ୍ଗଙ୍କୁ ହରାଇ ଦେଇଛନ୍ତି। ସେ ଆଗାମୀ ମୁକାବିଲାରେ ଇଂଲଣ୍ଡର ରାଜୀବ ଓସେଫଙ୍କୁ ଭେଟିବେ। ଜାତୀୟ ଚାମ୍ପିୟନ ସୌରଭ ଓ ପୂର୍ବତନ ଏସିଆନ ଜୁନିୟର ଚାମ୍ପିୟନ ଲକ୍ଷ୍ୟଙ୍କ ବିଜୟ ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ି ନ ଥିଲା। ସୌରଭ ୨୧-୧୮, ୨୧-୧୩ରେ କାନାଡାର ଆଣ୍ଟିନୋଙ୍କୁ ପରାସ୍ତ କରିଥିବାବେଳେ ଲକ୍ଷ୍ୟ ଇଂଲଣ୍ଡର ଚୁନ କର ଲୁଙ୍ଗଙ୍କୁ ୨୧-୭, ୨୧-୮ ବ୍ୟବଧାନରେ ପ୍ରଥମ ରାଉଣ୍ଡ ମ୍ୟାଚ୍‌କୁ ଜିତିଛନ୍ତି। ଦୁଇ ଭାରତୀୟ ଖେଳାଳି ପରବର୍ତ୍ତୀ ମ୍ୟାଚ୍‌ରେ ଯଥାକ୍ରମେ କାନାଡାର ବି.ଆର୍‌. ସନକିର୍ଥ ଓ ଚାଇନାର ଓ୍ବେଙ୍ଗ ହଙ୍ଗ ୟାଙ୍ଗଙ୍କ ସହ ମୁକାବିଲା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ବିରାଟ କୋହଲି: ଏପରି କାରନାମା କରିବାରେ IPLର ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୧୦।୪: ବିରାଟ କୋହଲି IPL 2025 ରେ ଇତିହାସ ରଚିଛନ୍ତି। ସେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୨ ରନର ଏକ ଇନିଂସ ଖେଳିଥିଲେ। ଏହି...

ରାଜସ୍ଥାନ ଅଧିନାୟକଙ୍କୁ ଜରିମାନା

ଅହମଦାବାଦ,୧୦ା୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳାଯାଇଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ଏକ ସ୍ଲୋ ଓଭର ରେଟ୍‌ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ...

IPL ମଝିରେ ଧୋନୀଙ୍କୁ ପୁଣି ଅଧିନାୟକ କଲା CSK: ଗାୟକ୍ୱାଡ ସିଜିନ୍‌ରୁ ବିଦା

ଚେନ୍ନାଇ,୧୦।୪: IPL 2025 ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଏକ ବଡ଼ ଝଟକା ଲାଗିଛି। ଦଳର ଅଧିନାୟକ ଋତୁରାଜ ଗାୟକ୍ୱାଡ ଆହତ ହୋଇଛନ୍ତି। ଗାୟକ୍ୱାଡ ଆଘାତ...

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ଭାରତକୁ ମିଳିବ: କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ,୧୦ା୪: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ଭାରତକୁ ମିଳିବ। ଏହି ଇଭେଣ୍ଟ ଆୟୋଜନ ଲାଗି କାନାଡା ଓ ନାଇଜେରିଆ ଇଚ୍ଛା ପ୍ରକଟ କରୁଥିବା ସତ୍ତ୍ୱେ...

IPL 2025 ମଝିରେ ୩୩,୫୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକଙ୍କୁ ଭେଟିଲେ ପାଣ୍ଡ୍ୟା-ରୋହିତ

ଦୁବାଇ,୧୦।୪: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ IPL 2025 ସିଜିନ ଭଲ ଚାଲିନାହିଁ। ଦଳ ଏପର୍ଯ୍ୟନ୍ତ ଖେଳାଯାଇଥିବା ୫ଟି ମ୍ୟାଚ ମଧ୍ୟରୁ ୪ରେ ପରାସ୍ତ ହୋଇଛି ଏବଂ...

ସରକାରୀ ଚାକିରି ଛାଡି ୪କୋଟି ଟଙ୍କା ବାଛିଲେ ଭିନେଶ, ସରକାର ଦେଇଥିଲେ ବିକଳ୍ପ

ଚଣ୍ଡିଗଡ଼,୧୦।୪: ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ସମୟରେ ଚର୍ଚ୍ଚାକୁ ଆସିଥିବା ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ବିଷୟରେ ଏକ ବଡ଼ ଖୁଲାସା ହୋଇଛି। ଅଲିମ୍ପିକ୍ସରୁ ଅଯୋଗ୍ୟତା ବିବାଦ...

ରାଗିଗଲେ ମହମ୍ମଦ ରିଜୱାନ; ପାକିସ୍ତାନ କ୍ରିକେଟ ବୋର୍ଡକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ, ୧୦।୪: ନିକଟରେ ନ୍ୟୁଜିଲ୍ୟାଣ୍ଡର ହ୍ୱାଇଟ ବଲ୍ ଗସ୍ତରେ ପାକିସ୍ତାନ ଲଜ୍ଜାଜନକ ସିରିଜ ପରାଜୟ ବରଣ କରିଥିଲା। ଅଧିନାୟକ ମହମ୍ମଦ ରିଜୱାନ ଷ୍ଟାର ବ୍ୟାଟ୍ସମ୍ୟାନ ବାବର...

ଆରଜେ ମହଭାସ୍ ଙ୍କ ସହ ଫଟୋ ପୋଷ୍ଟ କଲେ ୟୁଜଭେନ୍ଦ୍ର ଚହଲ୍, ତା’ପରେ ଲେଖିଲେ ଏମିତି

ନୂଆଦିଲ୍ଲୀ,୯।୪: ପଞ୍ଜାବ କିଙ୍ଗସ୍ ଷ୍ଟାର ସ୍ପିନର୍ ୟୁଜଭେନ୍ଦ୍ର ଚହଲ୍ ବୁଧବାର ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଆରଜେ ମହଭାସ୍ ଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image