Categories: ଖେଳ

ଅଜୟ,ସୌରଭ, ଲକ୍ଷ୍ୟଙ୍କ ବିଜୟ ଅଭିଯାନ

ନୂଆଦିଲ୍ଲୀ,୩।୭(ପି.ଟି.)- ଭାରତୀୟ ଶଟଲର ଅଜୟ ଜୟରାମ, ସୌରଭ ବର୍ମା ଓ ଲକ୍ଷ୍ୟ ସେନ ଏଠାରେ ଚାଲିଥିବା କାନାଡା ଓପନ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ଜୟରାମ ୨୧-୧୫, ୨୦-୨୨, ୨୧-୧୫ ଗେମ୍‌ରେ ହୁଆଙ୍ଗ ଗୁକ୍ସିଙ୍ଗଙ୍କୁ ହରାଇ ଦେଇଛନ୍ତି। ସେ ଆଗାମୀ ମୁକାବିଲାରେ ଇଂଲଣ୍ଡର ରାଜୀବ ଓସେଫଙ୍କୁ ଭେଟିବେ। ଜାତୀୟ ଚାମ୍ପିୟନ ସୌରଭ ଓ ପୂର୍ବତନ ଏସିଆନ ଜୁନିୟର ଚାମ୍ପିୟନ ଲକ୍ଷ୍ୟଙ୍କ ବିଜୟ ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ି ନ ଥିଲା। ସୌରଭ ୨୧-୧୮, ୨୧-୧୩ରେ କାନାଡାର ଆଣ୍ଟିନୋଙ୍କୁ ପରାସ୍ତ କରିଥିବାବେଳେ ଲକ୍ଷ୍ୟ ଇଂଲଣ୍ଡର ଚୁନ କର ଲୁଙ୍ଗଙ୍କୁ ୨୧-୭, ୨୧-୮ ବ୍ୟବଧାନରେ ପ୍ରଥମ ରାଉଣ୍ଡ ମ୍ୟାଚ୍‌କୁ ଜିତିଛନ୍ତି। ଦୁଇ ଭାରତୀୟ ଖେଳାଳି ପରବର୍ତ୍ତୀ ମ୍ୟାଚ୍‌ରେ ଯଥାକ୍ରମେ କାନାଡାର ବି.ଆର୍‌. ସନକିର୍ଥ ଓ ଚାଇନାର ଓ୍ବେଙ୍ଗ ହଙ୍ଗ ୟାଙ୍ଗଙ୍କ ସହ ମୁକାବିଲା କରିବେ।

Share