Categories: ଜାତୀୟ

ଅଜୟ ଭାଲା ହେବେ ସ୍ବରାଷ୍ଟ୍ର ସଚିବ

ନୂଆଦିଲ୍ଲୀ,୨୫ା୭(ପି.ଟି.): କେନ୍ଦ୍ରରେ ଶକ୍ତି ସଚିବ ଥିବା ଅଜୟ ଭାଲାଙ୍କୁ ସରକାର ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି) ନିଯୁକ୍ତ କରିଛନ୍ତି। ସେ ଖୁବ୍‌ଶୀଘ୍ର ସ୍ବରାଷ୍ଟ୍ର ସଚିବ ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ ବସି ୧୯୮୪ ବ୍ୟାଚ୍‌ର ଆସାମ-ମେଘାଳୟ କ୍ୟାଡର ଆଇଏଏସ୍‌ ଅଫିସର ଭାଲାଙ୍କୁ ତୁରନ୍ତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓଏସ୍‌ଡି ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନର ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳ ଅଗଷ୍ଟ ୩୧ରେ ଶେଷ ହେବାକୁ ଯାଉଥିବାବେଳେ ଭାଲା ତାଙ୍କ ସ୍ଥାନ ନେବେ ବୋଲି କୁହାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ଆର୍ଥତ୍କ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ଶକ୍ତି ସଚିବ ଭାବେ ବଦଳି କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ବଜେଟ ପ୍ରସ୍ତୁତିରେ ତାଙ୍କର ମୁଖ୍ୟ ଭୂମିକା ଥିଲା।

Share