ନୂଆଦିଲ୍ଲୀ,୨୩ା୮(ପି.ଟି.): ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଫିସର-ଇନ୍-ସ୍ପେଶାଲ ଡ୍ୟୁଟିରେ ଥିବା ଅଧିକାରୀ ଅଜୟ କୁମାର ଭାଲ୍ଲାଙ୍କୁ ନୂଆ ସ୍ବରାଷ୍ଟ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟର ନିଯୁକ୍ତି କମିଟି ସ୍ବୀକୃତି ପ୍ରଦାନ କରିଛି। ଏହି ପଦରେ ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ରାଜୀବ ଗୌବା ବୁଧବାର କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ପାଇଥିଲେ। ୧୯୮୪ ବ୍ୟାଚ୍ ଆସାମ-ମେଘାଳୟ କ୍ୟାଡର ଆଇଏଏସ୍ ଅଫିସର ଭାଲ୍ଲା ପୂର୍ବରୁ କେନ୍ଦ୍ର ଶକ୍ତି ସଚିବ ଭାବେ କାର୍ଯ୍ୟ କରିଥିଲେ। ଗତ ଜୁଲାଇ ୨୪ରେ ସେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଫିସର-ଇନ୍-ସ୍ପେଶାଲ ଡ୍ୟୁଟି ଭାବେ ନିଯୁକ୍ତି ପାଇଥିଲେ।