ଅଟକିଲା ଆନନ୍ଦ ବିହାର ସୁବିଧା ସ୍ପେଶାଲ ଟ୍ରେନ ସେବା: ପୁରୀ-ଆନନ୍ଦ ବିହାର ନୀଳାଚଳ ଏକ୍ସପ୍ରେସ ବାତିଲ

ଭୁବନେଶ୍ୱର,୨୦।୧୦ (ବ୍ୟୁରୋ): ରବିବାରଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଆରମ୍ଭ ହେବାକୁ ଥିବା ସୁବିଧା ସ୍ପେଶାଲ ଟ୍ରେନକୁ ବାତିଲ୍‌ କରାଯାଇଛି। ଉତ୍ତର ରେଳପଥର କେତେକ ସମସ୍ୟା ଯୋଗୁ ଏହି ସେବାକୁ ଅସ୍ଥାୟୀ ଭାବେ ଅଟକାଯାଇଛି।

ପୂଜା ଋତୁ ଓ ବିଭିନ୍ନ ନିଯୁକ୍ତି ପ୍ରକ୍ରିୟା ଚାଲୁଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର-ଆନନ୍ଦ ବିହାର ଟର୍ମିନାଲ ସୁବିଧା ସ୍ପେଶାଲ (୮୨୪୧୯-୮୨୪୨୦) ଟ୍ରେନ ଚଳାଚଳ କରିବାକୁ ଯୋଜନା କରାଯାଇଥିଲା। ଅକ୍ଟୋବର ୨୦ ତାରିଖରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଏହି ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିଥାନ୍ତା। ସେହିପରି ପୁରୀ-ଆନନ୍ଦ ବିହାର ନୀଳାଚଳ ଏକ୍ସପ୍ରେସ ଉଭୟ ଦିଗରୁ ଶୁକ୍ରବାରଠାରୁ ସୋମବାର ପର୍ଯ୍ୟନ୍ତ ବାତିଲ୍‌ କରାଯାଇଛି।

Share