Categories: ଜାତୀୟ

ଅଟକ ୫ କଶ୍ମୀରୀ ନେତା ମୁକୁଳିଲେ

ଶ୍ରୀନଗର,୩୧ା୧୨(ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ବିଭାଜନ ଘୋଷଣା ପରେ ଅଗଷ୍ଟ ୫ରୁ ଅଟକ ଥିବା ୫ ଜଣ ରାଜନେତାଙ୍କୁ ପ୍ରଶାସନ ସୋମବାର ମୁକ୍ତ କରିଦେଇଛି। ମୁକୁଳିଥିବା ନେତାମାନେ ହେଲେ ନ୍ୟାଶନାଲ କନ୍‌ଫରେନ୍ସର ଇଶ୍‌ଫାକ୍‌ ଜବ୍ବାର, ଗୁଲାମ ନବୀ ଭଟ୍ଟ, ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ବଶିର ମୀର୍‌ ଜହୁର ମୀର୍‌ ଏବଂ ୟାସିର ରେଶି। ରେଶି ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କ ବିରୋଧୀ ଭାବେ ଜଣାଶୁଣା। ଗତ ନଭେମ୍ବର ୨୫ରେ ପିଡିପି ନେତା ଦିଲଓ୍ବାର ମୀର୍‌ ଏବଂ ଡେମୋକ୍ରାଟିକ୍‌ ପାର୍ଟି ଅଫ ନ୍ୟାଶନାଲିଷ୍ଟର ନେତା ଗୁଲାମ ହାସନ ମୀର୍‌ଙ୍କୁ ମୁକ୍ତ କରାଯାଇଥିଲା।

Share