Categories: ଫୁରସତ

ଅଟା ଫିଙ୍ଗା ପର୍ବ, ନିୟମ ଭାଙ୍ଗିଲେ ଦେବାକୁ ପଡ଼େ…

ସ୍ପେନ୍‌: ୨୦୦ ବର୍ଷ ଧରି ସ୍ପେନ୍‌ରେ ଏକ ଭିନ୍ନ ପର୍ବ ପାଳନ କରାଯାଇଆସୁଛି। ଏହାକୁ ଫୁଡ୍‌ ଫେଷ୍ଟିଭାଲ୍‌ ମଧ୍ୟ କୁହାଯାଏ। ଏହି ପର୍ବରେ ଲୋକେ ଅଟା ଏବଂ ହର୍ବାଲ ରଙ୍ଗକୁ ବ୍ୟବହାର କରି ଖେଳିଥା’ନ୍ତି। ପ୍ରତିବର୍ଷ ଡିସେମ୍ବର ୨୮ରେ ସ୍ପେନ୍‌ର ଆଇବିଆଇରେ ଏହି ପର୍ବ ଆୟୋଜନ କରାଯାଇଥାଏ।

ବିଶେଷକରି ପର୍ବଟି ବନ୍ଧୁତା ଏବଂ ପ୍ରେମର ପ୍ରତୀକ ଅଟେ। ସକାଳ ୮ଟାରୁ ଏହି ପର୍ବ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହୋଇଥାଏ। ଦୁଇଟି ଟିମ୍‌ ମଧ୍ୟରେ ଏହି ପର୍ବ ପାଳନ କରାଯାଏ। ଏଥିରେ ମହିଳା ବି ସାମିଲ ଥା’ନ୍ତି। ଦୁଇଟି ଦଳ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥା’ନ୍ତି। ବିଶେଷକରି ଯୁବଗୋଷ୍ଠୀ ଏହି ଖେଳରେ ଭାଗ ନେଇଥା’ନ୍ତି। ଯିଏ ଏଥିରେ ଭାଗ ନ ନିଏ ତାକୁ ଜରିମାନା ଦେବାକୁ ପଡ଼ିଥାଏ। ଏହି ଜରିମାନାଙ୍କୁ ଦାନ କରିଦିଆଯାଏ।
ଏହି ଫେଷ୍ଟିଭାଲ୍‌ରେ ଜାପାନ, ଦକ୍ଷିଣକୋରିଆ, ବ୍ରିଟେନ୍‌ ସମେତ ୧୨ଟି ଦେଶର ପର୍ଯ୍ୟଟକମାନେ ମଧ୍ୟ ଭାଗ ନେଇଥା’ନ୍ତି।

Share