Categories: ବାଣିଜ୍ୟ

ଅଟୋମୋବାଇଲ କମ୍ପାନୀଙ୍କ ବିକ୍ରି ପୁଣି କମିଲା

ନୂଆଦିଲ୍ଲୀ, ୨-୧୨ : ଚଳିତ ବର୍ଷ ନଭେମ୍ବରରେ ଅଟୋମୋବାଇଲ କମ୍ପାନୀଙ୍କ ବିକ୍ରି ପୁଣି ହ୍ରାସ ଘଟିଛି। ଏହି ସମୟରେ ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ବିକ୍ରି ୧.୯% କମି ୧.୫୦ ଲକ୍ଷ ୟୁନିଟ ରହିଛି। ସେହିଭଳି ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆର ବିକ୍ରି ୭% ଖସିଥିବା ଜଣାପଡିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ବିକ୍ରି ୯% ହ୍ରାସ ଘଟି ୪୧,୨୩୫ ୟୁନିଟ ରହିଛି। ସେହିଭଳି ଟାଟା ମୋଟର୍ସ ବିକ୍ରିରେ ୨୫% କମିବା ସହ ୪୧,୧୨୪ ୟୁନିଟକୁ ଖସିଛି। ବିକ୍ରି ୫୦.୩୩% ଖସିଥିବା ହୋଣ୍ଡା କାର୍‌ସ ପକ୍ଷରୁ ସୂଚନା ରହିଛି।

Share